ନୂଆଦିଲ୍ଲୀରେ ବିଜେଡିର ପ୍ରଥମ ଛାତ୍ରସଂଗଠନ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳର ଛାତ୍ର ସଂଗଠନ ଗଠିତ ହୋଇଛି। ରାଜ୍ୟ ବାହାରେ ବିଜେଡିର ଏହା ପ୍ରଥମ ଛାତ୍ର ସଂଗଠନ। ନୂଆଦିଲ୍ଲୀର ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟରେ ବିଜେଡିର ପ୍ରଥମ ଛାତ୍ର ସଂଗଠନ ଆରମ୍ଭ କରାଯାଇଛି। ଆଗାମୀ ଦିନରେ ଛାତ୍ର ସଂଗଠନ ମାଧ୍ୟମରେ ରାଜଧାନୀରେ ବିଜେଡି ନିଜର ସ୍ୱାର୍ଥ ସମ୍ବଳିତ ସ୍ୱର ଉତ୍ତୋଳନ କରିବ। ରାଜ୍ୟରେ ବିଜେଡି ବିଜେପି ମଧ୍ୟରେ ଲଢ଼େଇ ଜୋର୍‌ ଧରିଥିବା ବେଳେ ନୂଆଦିଲ୍ଲୀରେ ଓଡ଼ିଆ ଛାତ୍ରଙ୍କୁ ସଂଗଠିତ କରି ଛାତ୍ର ସଂଗଠନ କେନ୍ଦ୍ରକୁ ଟାର୍ଗେଟ୍‌ କରିବ ବୋଲି ସମ୍ଭାବନା ରହିଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ବିଜୁ ଯୁବ ଛାତ୍ର ସଂଗଠନ ଦିଲ୍ଲୀ ଚାପ୍ଟର ଗଠିତ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ମନୋଜ ନାୟକ ସୂଚନା ଦେଇଥିଲେ। ଜେଏନ୍‌ୟୁରେ ବିଜୁ ଜନତା ଛାତ୍ର ସଂଗଠନର ସଭାପତି ଭାବେ ଉମେଶ ଚନ୍ଦ୍ର ସାହୁଙ୍କୁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର