୧୦ ବର୍ଷରେ ବିଜେଡି ସମ୍ପତ୍ତି ବହୁଗୁଣିତ

ଭୁବନେଶ୍ୱର : ୨୦୦୫-୦୬ ଆର୍ଥିକ ବର୍ଷରେ ବିଜେଡିର ସମ୍ପତ୍ତି ଥିଲା ୨୪ ଲକ୍ଷ ଟଙ୍କା। ପରବର୍ତ୍ତୀ ୧୦ ବର୍ଷ ଭିତରେ ଦଳର ସମ୍ପତ୍ତି ଅପ୍ରତ୍ୟାଶିତ ଭାବେ ବଢ଼ିଯାଇଛି। ୨୦୧୫-୧୬ରେ ବିଜେଡିର ସମ୍ପତ୍ତି ପରିମାଣ ହୋଇଛି ୧୮.୭୭ କୋଟି ଟଙ୍କା। ଓଡ଼ିଶା ଇଲେକ୍ସନ୍‌ ଓ୍ଵାଚ୍‌ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଏହି ୧୦ ବର୍ଷ ଭିତରେ ବିଜେଡିର ଋଣ ଭାର ବି ବଢ଼ିଯାଇଛି। ୨୦୦୫-୦୬ରେ ଋଣ ପରିମାଣ ୨୦ ହଜାର ଟଙ୍କା ଥିଲା ବେଳେ ୨୦୧୫-୧୬ରେ ୨୦.୬ ଲକ୍ଷ ଟଙ୍କା ଋଣ ରହିଛି। ଇଲେକ୍ସନ୍‌ କମିସନ୍‌ଙ୍କ ନିକଟରେ ବିଜେଡି ପକ୍ଷରୁ ୧୧ ବର୍ଷର ଆୟକର ରିଟର୍ଣ୍ଣର ତଥ୍ୟକୁ ଆଧାର କରି ଇଲେକ୍ସନ୍‌ ଓ୍ଵାଚ୍‌ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ୨୦୦୫-୦୬ରେ ଶାସକ ଦଳର ସମ୍ପତ୍ତି ୨୪ ଲକ୍ଷ ଟଙ୍କା ଥିଲା ବେଳେ ୨୦୧୦-୧୧ରେ ୩.୧୭ କୋଟି ହୋଇଥିଲା। ୨୦୧୪-୧୫ରେ ଏହା ୧୭.୯୮ କୋଟିକୁ ବୃଦ୍ଧି ହୋଇଥିଲା। ୨୦୧୫-୧୬ରେ ଏହି ପରିମାଣ ୧୮.୭୭ କୋଟିରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର