ଭୁବନେଶ୍ୱର: ବିଜେଡିକୁ ସରକାରୀ ବିରୋଧୀ ଅସନ୍ତୋଷ ଘାରିଛିା ସବୁ ସଭା ସମିତିରେ ବିଜୁ ଜନତା ଦଳର ପାର୍ଥୀଙ୍କୁ ସାଧାରଣ ଲୋକମାନେ ତାଙ୍କ ଗାଁର ବିକାଶକୁ ନେଇ ପ୍ରଶ୍ନ ପଚାରୁଛନ୍ତି । ସାଧାରଣ ଲୋକମାନଙ୍କର ବିରୋଧର ମାତ୍ରା ଏତେ ହେଲାଣି ଯେ ଆଉ ବିଜୁ ଜନତା ଦଳର ବିଧାୟକ, ମନ୍ତ୍ରୀ ଯେଉଁମାନେ ଚଳିତ ନିର୍ବାଚନରେ ପାର୍ଥୀ ହୋଇଛନ୍ତି, ସେମାନେ ଏବେ ଗାଁରେ ସଭା କରିବାକୁ ଡରୁଛନ୍ତି । କେବଳ ବଡ ଗାଡିରେ ନିଜ ପ୍ରଚାରକୁ ସିମିତ କରୁଛନ୍ତି ।

Advertisment

ସରକାରୀ ବିରୋଧୀ ଅସନ୍ତୋଷ ହାଓ୍ଵା ଏତେ ବଢିଗଲାଣି ଯେ ଶାସକ ଦଳର ଡଙ୍ଗା ପଲଟିବା ନିଶ୍ଚିନ୍ତ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର । ବରିଷ୍ଠ ବିଜେପି ନେତା ମହାପାତ୍ର କହିଛନ୍ତି ଯେ, ୩ ଦିନ ତଳେ ନିରଂଜନ ପୁଜାହାରୀଙ୍କ ସଭାରେ ଜଣେ ସ୍ଥାନୀୟ ଲୋକ ସ୍ଥାନୀୟ ସମସ୍ୟା ଓ ଗାଁରେ କିଛି କାମ ହୋଇନଥିବାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ପୁର୍ବତନ ବାଚସ୍ପତି ନିରଜଂନ ପୁଜାହାରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ସେଥିରେ ନିରଂଜନ ପୁଜାହାରୀ ଉତକ୍ଷିପ୍ତ ହୋଇ ସେହି ଲୋକଙ୍କୁ ଧମକାଇ ଚୁପ କରାଉଥିବାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି ।

ଏବେ ବିଜୁ ଜନତା ଦଳର ପାର୍ଥୀମାନଙ୍କୁ ସବୁ ଯାଗାରେ ଲୋକମାନେ ପ୍ରଶ୍ନ କରିବା ଆରମ୍ଭ କଲେଣି ଆମ ଅଂଚଳର ବିକାଶ ପାଇଁ କଣ କରିଛ ? ଏଥିରେ ବିଜୁ ଜନତା ଦଳର ବିଧାୟକ ମନ୍ତ୍ରୀ ମାନେ ଉତକ୍ଷିପ୍ତ ହୋଇ ଜନତାଙ୍କୁ ଧମକ ଚମକ ଦେବା ଆରମ୍ଭ ହେଲାଣି ।

ପୁର୍ବରୁ ସ୍ଥାନୀୟ ସମସ୍ୟା ପ୍ରସଙ୍ଗରେ ନିମାପଡା ବିଧାୟକ ସମିର ଦାସ, ବିଂଝାରପୁର ବିଧାୟକ ତଥା ଏବେ ଯାଜପୁରରୁ ପାର୍ଥୀ ହୋଇଥିବା ପ୍ରମିଳା ମଲ୍ଲିକ, ବିଜେଡି ବିଧାୟକ ଆୟୁବ ଖାନ, ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସେମାନଙ୍କ ନିର୍ବାଚନ ମଣ୍ଡଳୀର ଲୋକମାନେ ପ୍ରଶ୍ନ ପଚାରି ହଟହଟା କରାଇଥିଲେ । ଏ ସମସ୍ତ ନେତା ମାନେ ପାର୍ଥୀ ହୋଇଛନ୍ତି ବୋଲି ଗୋଲକ କହିଛନ୍ତି । ବିଜେଡିର ଝାରସଗୁଡାର ବିଧାୟକ ପାର୍ଥୀ ନବ ଦାସ ତାଙ୍କ ଭାଷଣରେ ବିଜେଡିକୁ ଭୋଟ ଦେଲେ ଚାଷୀଙ୍କୁ ମରୁଡି ହୋଇନଥିଲେ ବି ମରୁଡି ସହାୟତା ରାଶି ଦିଆଯିବାର ପ୍ରତିଶ୍ରୁତି ଦେଇଛନ୍ତି ।