ପକ୍କାଘର ହିତାଧିକାରୀ ଚିହ୍ନଟକୁ ଦଳୀୟ ଭତ୍ତିରେ କରାଇବା ପାଇଁ ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି: ବିଜେପି
ଭୁବନେଶ୍ୱର: ରାଜ୍ୟ ରାଜକୋଷ ଅର୍ଥରେ ଗଠନ ହୋଇଥିବା ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କର ବାତ୍ୟା ୧୫ ଦିନ ବିତିଗଲେ ପରେ ମଧ୍ୟ ଦେଖା ମିଳିଲାନି। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକ ମାନଙ୍କ ପାଇଁ କେନ୍ଦ୍ର ସରକାର ସହାୟତା ଦେଇଥିବାବେଳେ ରାଜ୍ୟ ସରକାର ଭାଙ୍ଗି ଯାଇଥିବା ଘର ଗୁଡିକର ଚିହ୍ନଟ କାର୍ଯ୍ୟ ଦାୟୀତ୍ୱ ବିଜୁ ଯୁବ ବାହିନୀର କାର୍ଯକର୍ତାମାନଙ୍କୁ ଦେଇଛନ୍ତି। ଯାହା ରିଲିଫ୍ କୋଡ୍କୁ ସଂପୂର୍ଣ୍ଣ ଭାବେ ଉଲ୍ଲଘଂନ କରୁଛି। ଆଜି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଜୁ ଯୁବ ବାହିନୀ ଗଠନ ହୋଇଥିଲା ସ୍ୱେଚ୍ଛାସେବୀ କାମକୁ ପ୍ରୋସ୍ତ୍ରାହିତ କରିବା ପାଇଁ । ହେଲେ ବିଜୁ ଯୁବ ବାହିନୀ କେବଳ ନାଚ, ଗୀତ, ଭୋଜିଭାତରେ ଲିପ୍ତ ରହିବା ସହ ରାଜନୈତିକ ହିସାଂ ଘଟାଇ ସାରା ରାଜ୍ୟରେ ଗୁଣ୍ଡାବାହିନୀ ନାଁରେ ପରିଚିତ ହେଲା। ଏବେ ରାଜ୍ୟ ସରକାର ରିଲିଫ୍ କୋଡ୍ ଆଇନ୍କୁ ଉଲ୍ଲଘଂନ କରି ଏହି ଗୁଣ୍ଡାମାନଙ୍କୁ ବାତ୍ୟା ‘ଫନି’ ରେ ଭାଙ୍ଗି ଯାଇଥିବା ଘରର ଚିହ୍ନଟ କରିବା କାମରେ ନିଯୁକ୍ତ କରିଛନ୍ତି। ଯାହା ଫଳରେ ବହୁ ଯୋଗ୍ୟ ଗରିବ ହିତାଧିକାରୀ ଏଥିରେ ବଚିଂତ ହେବ। ବିଜୁ ଯୁବ ବାହିନି ଯାହା ଚଳିତ ନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରୁଥିଲା ଏବେ କେବଳ ବିଜୁ ଜନତା ଦଳର କର୍ମୀମାନଙ୍କୁ ପକ୍କା ଘର ମିଳିବ । ରିଲିଫ୍ ଦାୟୀତ୍ୱରେ ଅଧିକାରୀମାନେ ନିରପକ୍ଷତା ସାଜି କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏଥିରୁ ବାଦ ନପଡିବେ ତାହାର ଦାୟୀତ୍ୱ ନିଅନ୍ତୁ। ଘର ଗୁଡିକୁ ଚିହ୍ନଟ କରିବା ପ୍ରକ୍ରିୟାରେ ରାଜନୈତିକ ସ୍ୱାର୍ଥ ରଖୁଥିବା ବିଜୁ ଯୁବ ବାହିନୀ ଗୁଣ୍ଡାମାନଙ୍କୁ ଦାୟୀତ୍ୱରୁ ନିବୃତ୍ତ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଯେଉଁଭଳି ଭାବରେ ଶନିବାର କ୍ୟାବିନେଟ୍ରେ ନିର୍ମାଣ ବିଭାଗର କାମ ପାଇଁ ବିନା ଟେଣ୍ଡରରେ ପାଚଂ ଲକ୍ଷ ଟଙ୍କା ଦିଆଯାଇ ପାରିବ ବୋଲି ସରକାର ନିଷ୍ପତି ନେଇଛନ୍ତି ଏହା ଦ୍ୱାରା କିଛି ମୁଷ୍ଟିମେୟ ଅଧିକାରୀ ବିଜେଡି ଦଳର ନେତାମାନଙ୍କୁ ମାଲାମାଲ କରିବାର ଯୋଜନା କରିଛନ୍ତି ବୋଲି ଏହି ପ୍ରତିନିଧି ଦଳ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦୃଷ୍ଟି ଆର୍କଷଣ କରିଛନ୍ତି। ରିଲିଫ୍ କୋଡ୍ ଆଇନ୍ ଅନୁସାରେ ଭାଙ୍ଗି ଯାଇଥିବା ଘର ନିର୍ଦ୍ଧାରଣ ଓ ଅଟକଳ ରାଜସ୍ୱ ବିଭାଗର ଅଧିକାରୀ କିମ୍ବା ସରକାରୀ ଅଧିକାରୀ ମାନେ କରିବା କଥା । କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡିକୁ ଚିହ୍ନଟ କରିବା ପ୍ରକ୍ରିୟାରେ ରାଜନୈତିକ ସ୍ୱାର୍ଥ ରଖୁଥିବା ବିଜୁ ଯୁବ ବାହିନୀ ଦାୟୀତ୍ୱ ଦିଆଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାଭୟ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ପ୍ରତିନିଧୀ ଦଳରେ ଯୁବମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ, ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ଏବଂ ପେନାଲିଷ୍ଟ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।