ବିଜେପିକୁ ମହିଳା ବିରୋଧୀ କହିଲେ ରାହୁଲ,ସୁଷମା ଦେଲେ କଡ଼ା ଜବାବ

ଅହମ୍ମଦାବାଦ: ମଙ୍ଗଳବାର କଂଗ୍ରେସ ଉପାଧ୍ୟକ୍ଷ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରିଏସ୍‌ଏସ୍‌) ଓ ବିଜେପି ମହିଳା ବିରୋଧୀ ବୋଲି ଆକ୍ଷେପ କରି କହିଥିଲେ, ବିଜେପିର ଚିନ୍ତାଧାରା ହେଉଛି ଏପରି, ଯେ ପର୍ଯ୍ୟନ୍ତ ମହିଳାମାନେ ଚୁପ୍‌ ଅଛନ୍ତି ସେ ପର୍ଯ୍ୟନ୍ତ ଠିକ୍‌ ଅଛି। ଯେତେବେଳେ ବି ମହିଳା ମୁହଁ ଖୋଲନ୍ତି ତାଙ୍କୁ ଚୁପ୍‌ କରାଇ ଦିଆଯାଏ।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଶନିବାର ଅହମ୍ମଦାବାଦ ମହିଳା ଟାଉନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏହି ବୟାନର କଡ଼ା ଜବାବ ଦେଇ କହିଛନ୍ତି, ରାହୁଲ ଗାନ୍ଧି ଭାରତୀୟ ଜନତା ପାର୍ଟି(ବିଜେପି)କୁ ମହିଳା ବିରୋଧୀ ବୋଲି କହିବା ଆଦୌ ଠିକ୍‌ ନୁହେଁ। ଯଦି ବିଜେପି ମହିଳା ବିରୋଧୀ, ତେବେ ଆପଣ ଜାଣି ରଖିବା ଉଚିତ ବିଜେପି ଦେଶକୁ ୪ ମହିଳା ମୁଖ୍ୟମନ୍ତ୍ରୀ, ୪ ମହିଳା ଗଭର୍ଣ୍ଣର ଓ ୬ ମହିଳା କ୍ୟାବିନେଟ ମନ୍ତ୍ରୀ ଦେଇଛି।

)

ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧି ନିଜର ଗୁଜୁରାଟଗସ୍ତ ସମୟରେ ସଂଘ ଓ ବିଜେପିରେ ମହିଳାଙ୍କ ଭାଗୀଦାରିକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଜଣେ ମହିଳା ରାହୁଲ ଗାନ୍ଧିଙ୍କ ଏହି ବୟାନକୁ ନେଇ ସୁଷମା ସ୍ୱରାଜଙ୍କୁ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୁଷମା କହିଥିଲେ, ‘ମୋର ଏହି ପ୍ରସଙ୍ଗରେ ଆପଣ ଯାହା କହୁଛନ୍ତି ସେୟା ହିଁ କହିବାର ଅଛି। ନେତାଙ୍କୁ ଏଭଳି କଥା କହିବା ଶୋଭା ଦିଏ ନାହିଁ। ରାହୁଲ କଂଗ୍ରେସ ପାର୍ଟିର ଉପାଧ୍ୟକ୍ଷ, ସମ୍ପ୍ରତି ସେ ଅଧ୍ୟକ୍ଷ ବନିବା ନେଇ ଚର୍ଚ୍ଚା ବି ଚାଲିଛି। ଯଦି ସେ ଆମକୁ ପ୍ରଶ୍ନ କରିବେ ଆରଏସଏସରେ ମହିଳାଙ୍କୁ ଅନୁମତି କାହିଁକି ଦେଇ ନାହିଁ, ତେବେ ମୁଁ ନିଶ୍ଚିତ ତାଙ୍କୁ ଜବାବ ଦେଇ ଥାଆନ୍ତି। ତେବେ ସେ ବିଜେପିକୁ ଯେଭଳି ମହିଳା ବିରୋଧୀ ଆକ୍ଷେପ କରିଛନ୍ତି ମୁଁ କୌଣସି ମତେ ତାଙ୍କର ଏ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁ ନାହିଁ।’

ସୁଷମା ସ୍ୱରାଜ କହିଛନ୍ତି, ଆମର ସରକାର ପୂର୍ବରୁ କୌଣସି ମହିଳା ସିସିଏସ (କ୍ୟାବିନେଟ କମିଟି ଅନ୍‌ ସିକ୍ୟୁରିଟି) ସଦସ୍ୟ ହୋଇ ନାହାନ୍ତି। ବିଜେପି ସରକାରର ଏହି କମିଟିରେ ୫ରୁ ୨ଜଣ ସଦସ୍ୟ ମହିଳା ଅଛନ୍ତି। ସିସିଏସ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଗୃହମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ରହିଥାଆନ୍ତି।

ସମ୍ବନ୍ଧିତ ଖବର