ବିଜେପିରେ ସାମିଲ ହେବା ପରେ ପ୍ରତ୍ୟୁଷାଙ୍କୁ ମିଳିଲା ନୂତନ ଦାୟିତ୍ୱ, ହେଲେ ରାଜ୍ୟ ଉପ-ସଭାପତି

ଭୁବନେଶ୍ୱର: କନ୍ଧମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେଡ଼ି ଛାଡ଼ି ଶନିବାର ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ତାଙ୍କୁ ଦଳ ତରଫରୁ ନୂତନ ଦାୟିତ୍ୱ ଦିଆଯାଇଛି। ପ୍ରତ୍ୟୁଷାଙ୍କୁ ରାଜ୍ୟ ବିଜେପିରେ ଉପ-ସଭାପତି ଦାୟିତ୍ୱ ମିଳିଛି। ଏଥି ସହିତ ବିଜେପି ସୁଭାଷ ଚୌହାନ ଓ ପୀତାମ୍ବର ଆଚାର୍ଯ୍ୟଙ୍କୁ ମଧ୍ୟ ଉପ-ସଭାପତି ଦାୟିତ୍ୱ ଦେଇଛି।

ସୂଚନାଯୋଗ୍ୟ ପ୍ରତ୍ୟୁଷାଙ୍କୁ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ନ ମିଳିବାରୁ ବିଜୁ ଜନତା ଦଳ ଛାଡ଼ିଥିଲେ। କିଛି ଦିନ ନିରବ ରହିବା ପରେ ପରେ ଆଜି ହଠାତ୍‌ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗଦେବାର ୧୨ ଘଣ୍ଟା ଘଣ୍ଟା ପୁରି ନଥିବା ବେଳେ ଦଳ ଉପ-ସଭାପତି ଦାୟିତ୍ୱ ଦେଇଛି।

ସେହିପରି ଅସନ୍ତୁଷ୍ଟ ବିଜେପି ନେତା ସୁଭାଷ ଚୌହାନଙ୍କୁ ମଙ୍ଗାଇବା ପାଇଁ ଦଳ ଉପ-ସଭାପତି ଦାୟିତ୍ୱ ଦେଇଛି। ସୁଭାଷ ଚୌହାନ ୨୦୧୪ ଲୋକସଭା ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ଲଢ଼ିଥିଲେ। ଏଥର ମଧ୍ୟ ସେ ଟିକେଟ ପାଇବେ ବୋଲି ଆଶା ରଖିଥିଲେ କିନ୍ତୁ ଦଳ ସୁଭାଷଙ୍କୁ ଟିକେଟ ନଦେଇ ସୁରେଶ ପୂଜାରୀଙ୍କୁ ଟିକେଟ ଦେଇଛି। ଟିକେଟ ନମିଳିବା ପରେ ସୁଭାଷ ଚୌହାନ ଅସନ୍ତୁଷ୍ଟ ଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର