ନୂଆଦିଲ୍ଲୀ: ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ପ୍ରାର୍ଥୀଙ୍କର ତାଲିକା ଘୋଷଣା କରିଛି ଦଳ । ଯେଉଁଥିରେ ଅନେକ ବଡ଼ ନେତାଙ୍କ ନାଁ ରହିଥିବା ବେଳେ ନୂଆ କରି ଦଳରେ ସାମିଲ ହୋଇଥିବା ନେତା ମଧ୍ୟ ସାମିଲ ଅଛନ୍ତି । ଏପରିକି ଅନ୍ୟ ଦଳରୁ ଆସି ବିଜେପିରେ ସାମିଲ ହୋଇଥିବା ଅଧିକାଂଶ ନେତାଙ୍କୁ ଦଳ ଟିକେଟ ଦେଇଛି । ଖାସକରି ବିଜେଡି ହାତ ଛାଡି ବିଜେପିରେ ମିଶିଥିବା ଦାମୋଦର ରାଉତଙ୍କୁ ବାଲିକୁଦା ଏରସମା ଆସନରୁ ଦଳ ପ୍ରାର୍ଥୀ କରିଥିବା ବେଳେ କୁସୁମ ଟେଟେଙ୍କୁ ଦଳ ସୁନ୍ଦରଗଡରୁ ପ୍ରାର୍ଥୀ କରିଛି । ଅନ୍ୟପଟେ ପ୍ରକାଶ ବେହେରାଙ୍କୁ ସାଲେପୁରରୁ ଦଳ ପ୍ରାର୍ଥୀ କରିଥିବା ବେଳେ ପାରଳାଖେମୁଣ୍ଡିରୁ କେ. ନାରାୟଣ ରାଓଙ୍କୁ ନିର୍ବାଚନ ମୈଦାନକୁ ଓହ୍ଳାଇଛି ଦଳ।
Bharatiya Janata Party (BJP) releases list of 100 candidates for the upcoming Odisha assembly elections. pic.twitter.com/U3ywkecTxV
— ANI (@ANI) March 21, 2019
ଭାରତୀୟ ଜନତାପାର୍ଟି ଆଜି ସଂଧ୍ୟାରେ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଜାରି କରିବା ପରେ ୧୦୦ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆଜି ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ବୈଠକ ପରେ ଏହି ପ୍ରାର୍ଥୀମାନଙ୍କ ନାମ ଉପରେ ମୋହର ଲଗାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୦୦ଟି ଆସନରେ ଲଢ଼ିବାକୁ ଯାଉଥିବା ପ୍ରାର୍ଥୀଙ୍କ ନାମ ଭାରତୀୟ ଜନତାପାର୍ଟି ପକ୍ଷରୁ ଘୋଷଣା କରାଯାଇଛି।
ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାୟ ସମସ୍ତ ପୁରୁଖା ନେତାଙ୍କୁ ଟିକେଟ ଦିଆଯାଇଛି। ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ ପୁରହିତ,ବାରବାଟୀ-କଟକରୁ ସମୀର ଦେ,କଟକ-ଚୌଦ୍ୱାରରୁ ନୟନ କିଶୋର ମହାନ୍ତି,ରଣପୁରରୁ ସୁରମା ପାଢ଼ୀ, ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା, ଚାନ୍ଦବାଲିରୁ ମନମୋହନ ସାମଲ, ଜଳେଶ୍ୱରରୁ ଜୟ ନାରାୟଣ ମହାନ୍ତି,ନିମାପଡ଼ାରୁ ପ୍ରଭାତୀ ପରିଡ଼ା ଓ ପାଟଣାଗଡ଼ରୁ କେଭି ସିଂହଦେଓଙ୍କୁ ପ୍ରାର୍ଥୀ କରାଯାଇଛି।
ସେହିପରି ଅନ୍ୟ ଦଳଛାଡ଼ି ବିଜେପି ଆସିଥିବା ନେତାଙ୍କୁ ଟିକେଟ ଦିଆଯାଇଛି। ଭୁବନେଶ୍ୱର (ଏକାମ୍ର)ରୁ ବାବୁ ସିଂ,ବାଲିକୁଦା-ଏରସମାରୁ ଡାକ୍ତର ଦାମୋଦର ରାଉତ,ସୁନ୍ଦରଗଡ଼ରୁ କୁସୁମ ଟେଟେ, ସାଲେପୁରରୁ ପ୍ରକାଶ ବେହେରା,ସିମୁଳିଆରୁ ପଦ୍ମଲୋଚନ ପଣ୍ଡା ଓ ପରଳାଖେମୁଣ୍ଡିରୁ କେ.ନାରାୟଣ ରାଓଙ୍କୁ ପ୍ରାର୍ଥୀ କରାଯାଇଛି।
ସେହିପରି ଭୁବନେଶ୍ୱର (ମଧ୍ୟ)ରୁ ଜଗନ୍ନାଥ ପ୍ରଧାନ, ବ୍ରହ୍ମଗିରିରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ତେଲକୋଇରୁ ଦୁର୍ଯୋଧନ ସିଦ୍ଧୁ, ରାଉରକେଲାରୁ ନିହାର ରାୟ, ଘଷିପୁରା ପୃଥ୍ୱୀରାଜ କୁଅଁର, ତଳସରାରୁ ଭବାନୀ ଭୋଇ, ବଣାଇରୁ ଅନୀଲ ବାର୍ଲା, ରେଙ୍ଗାଲିରୁ ନାଉରି ନାୟକ, ଖଣ୍ଡପଡ଼ାରୁ ସିଦ୍ଧାର୍ଥ ସିଂହ ମର୍ଦ୍ଦରାଜ୍, ବୀରମିତ୍ରପୁରରୁ ଶଙ୍କର ଓରାମ, ଧାମନଗରରୁ ବିଷ୍ଣୁ ସେଠୀ, ରଘୁନାଥପଲ୍ଲୀରୁ ଜଗବନ୍ଧୁ ବେହେରା, ଧାମନଗରରୁ ପଦ୍ମ ଚରଣ ସେଠୀ, ବାଲେଶ୍ୱରରୁ ମଦନମୋହନ ଦତ୍ତ, ସୋରରୁ ରାକେଶ ମଲ୍ଲିକ, ଯାଜପୁରରୁ ଗୌତମ ରାୟ, ବିଞ୍ଝାରପୁରରୁ ବବିତା ମଲ୍ଲିକ ନିର୍ବାଚନ ଲଢ଼ିବେ।
ନିମ୍ନରେ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରଦାନ କରାଗଲା।