କୋଲକାତା: ଭିକ୍ଟୋରିଆ ମେମୋରିଆଲଠାରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ସଭା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆଜି ଏକ ରାଜନୈତିକ ସଭାରେ ସେ କହିଛନ୍ତି କି ବିଜେପି ମୋତେ ଅପମାନିତ କରିପାରେ କିନ୍ତୁ ପଶ୍ଚିମବଙ୍ଗର ଅପମାନ ମୁଁ ସହ୍ୟ କରିପାରିବିନି।
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ୍ ଉତ୍ସବ ମଞ୍ଚ ଉପରକୁ ଚଢ଼ିବା ମାତ୍ରେ ତଳେ ଥିବା ଜନତା ‘ଜୟ ଶ୍ରୀ ରାମ’ ଓ ‘ମୋଦୀ ମୋଦୀ’ ନାରା ଦେଇଥିଲେ। ଏହି ଘଟଣା ପରେ ମମତା ସଭାରେ ଭାଷଣ ଦେଇ ନଥିଲେ।
ବିଜେପିକୁ ଏକ ନକଲି ଦଳ ବୋଲି କହିବା ସହ ମମତା ପଶ୍ଚିମବଙ୍ଗର ଲୋକମାନଙ୍କୁ କହିଛନ୍ତି କି ସେମାନେ ବିଜେପି ଦେଉଥିବା ଟଙ୍କା ଗ୍ରହଣ କରି ତୃଳ ମୂଳ କଂଗ୍ରେସ(ଟିଏମ୍ସି)କୁ ଭୋଟ୍ ଦିଅନ୍ତୁ।
Outlook Indମମତା କହିଛନ୍ତି କି ‘ବିଜେପି ଆପଣଙ୍କୁ ନଗଦ ଅର୍ଥ ଦେଇପାରେ। ଯଦି ସେମାନେ ଏପରି କରନ୍ତି, ଏହାକୁ ନିଅ କିନ୍ତୁ ବୁଥରେ ପ୍ରବେଶ କଲାବେଳେ ଟିଏମସି ପାଇଁ ଭୋଟ୍ ଦିଅ। ବିଜେପି ହେଉଛି ପୂରାପୂରି ନକଲି। ସେମାନେ ମୋତେ ଅପମାନିତ କରିପାରିବେ, କିନ୍ତୁ ମୁଁ ପଶ୍ଚିମବଙ୍ଗର ଅପମାନକୁ ବରଦାସ୍ତ କରିବି ନାହିଁ। ’
ଟିଏମ୍ସି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ପ୍ରସଂଗ ଉଠାଇ ମମତା କହିଛନ୍ତି କି ଯେଉଁମାନେ ଲୋଭୀ ସେହିମାନେ ବିଜେପିରେ ଯୋଗ ଦିଅନ୍ତି।
ମମତା ଆହୁରି ବି କହିଛନ୍ତି, ‘ଯେଉଁମାନେ ବିଜେପିରେ ଯୋଗଦେବା ପାଇଁ ଧାଡ଼ି ବାନ୍ଧିଛନ୍ତି, ମୁଁ ସେମାନଙ୍କୁ କହିବାକୁ ଚାହେଁ, ଶୀଘ୍ର ଚାଲିଯାଅ, ତୃଣମୂଳ ଛାଡ! ସେମାନେ ଟିଏମସିରୁ ଟିକେଟ୍ ପାଇନାହାନ୍ତି ବୋଲି ବିଜେପିରେ ଯୋଗ ଦେଇଛନ୍ତି। ତାଣ୍ଡବ ସୃଷ୍ଟି କରିବା ଛଡ଼ା ବିଜେପିରେ ଅନ୍ୟ କୌଣସି କାମ ନାହିଁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Untitled-53.jpg)