୪୭ ବର୍ଷ ପୂର୍ବରୁ ମହାମେଣ୍ଟ ବିରୋଧରେ ୩୫୨ ସିଟ୍‌ରେ ଜିତିଥିଲେ ଇନ୍ଦିରା, ୨୦୧୯ରେ ମୋଦି କରିବେ ପୁନରାବୃତ୍ତି: ସୁଶୀଲ ମୋଦି

ନୂଆଦିଲ୍ଲୀ: ବିହାର ଉପ-ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦି ସଂପୂର୍ଣ୍ଣ ରୂପେ ଭରସା କରିଛନ୍ତି ଯେ, ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କ୍ଷମତାକୁ ଫେରିବେ। ସେ କହିଛନ୍ତି ଆଜକୁ ୪୭ ବର୍ଷ ପୂର୍ବରୁ ଅର୍ଥାତ ୧୯୭୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ବିରୋଧୀ ଦଳମାନେ ମହାମେଣ୍ଟ ଗଠନ କରିଥିଲେ କିନ୍ତୁ ନିର୍ବାଚନ ଫଳାଫଳ ଇନ୍ଦିରାଙ୍କ ସପକ୍ଷରେ ଯାଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧି ୩୫୨ ସିଟ୍‌ରେ ନିର୍ବାଚନ ଜିତିଥିଲେ।

ଜାତୀୟ ଗଣମାଧ୍ୟମକୁ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କହିଛନ୍ତି, କେନ୍ଦ୍ର ସରକାରଙ୍କ ଉଦ୍ୟମ ଯୋଗୁଁ ସମାଜର ଏସସି, ଏସଟି ଓ ଓବିସି ବର୍ଗର ୭୦ ପ୍ରତିଶତ ଅଟେ। ସେମାନେ ପୁଣି ଥରେ ବିଜେପିକୁ ଭୋଟ୍‌ ଦେବେ। କାରଣ ଏହି ବର୍ଗର ଜନତା ୨୦୧୪ରେ ବିଜେପି ସପକ୍ଷରେ ଭୋଟ ଦେଇଥିଲେ। ସେ କହିଛନ୍ତି, ୧୯୭୧ରେ ମଧ୍ୟ ସ୍ଥିତି ଏଭଳି ହୋଇଥିଲା। ଇନ୍ଦିରା ଗାନ୍ଧିଙ୍କ ସମ୍ମୁଖରେ ବିରୋଧୀମାନଙ୍କ ପ୍ରଭାବ ଶକ୍ତିଶାଳୀ ନଥିଲା, ଯାହାକି ଆଜିର ଦିନରେ ମୋଦୀଙ୍କ ସ୍ଥିତି ଅଛି। କାରଣ ମୋଦିଙ୍କୁ ମୁକାବିଲା କରିବାକୁ ବିରୋଧୀ ଦଳର କୌଣସି ନେତା ନାହାନ୍ତି।

 

ସମ୍ବନ୍ଧିତ ଖବର