ଭୁବନେଶ୍ବର : ବିଜେଡିରେ ମିଶିଲେ ଧାମନଗର ନିର୍ବାଚନ ମଣ୍ଡଳୀର ହଜାରେରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ । ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବାଲେଶ୍ବର କଲେଜ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜିର ଅଧ୍ୟକ୍ଷ ମନ୍ମଥ କୁମାର ବିଶ୍ବାଳ,ଜୟନ୍ତ ବିଶ୍ବାଳ, ପ୍ରଶାନ୍ତ ବିଶ୍ବାଳ, ରାମଚନ୍ଦ୍ର ଜେନା, ସ୍ବପ୍ନାରାଣୀ ପଣ୍ଡା, ରମାକାନ୍ତ ସାହୁ,ରବି ପାଣିଗ୍ରାହୀ,ନଟବର ବାରିକ ପ୍ରମୁଖ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏମାନଙ୍କ ସହ ଧାମନଗର ବ୍ଲକ,ଏନଏସି ଓ ତିହିଡ଼ି ବ୍ଲକର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ହଜାରେରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ ନିଜ ନିଜ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଏସବୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଛନ୍ତି ବୋଲି ବିଜେଡିର ରାଜ୍ୟସମ୍ପାଦକ ବିଜୟ ନାୟକ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି ।
ବିଜେପି ଓ କଂଗ୍ରେସର ଏତେ ସଂଖ୍ୟକ କର୍ମୀ ବିଜେଡିରେ ଯୋଗଦେଇଥିବାରୁ ମୁଖ୍ୟମନ୍ତ୍ରୀ ବହୁତ ଖୁସି ବ୍ୟକ୍ତ କରିଛନ୍ତି । କର୍ମୀଙ୍କ ଯୋଗଦାନ ଧାମନଗର ନିର୍ବାଚନ ମଣ୍ଡଳୀ ସହ ଭଦ୍ରକ ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କହିଛନ୍ତି ଧାମନଗର ନିର୍ବାଚନ ମଣ୍ଡଳୀରେ ବହୁବିଧ ବିକାଶମୂଳକ କାର୍ଯ୍ୟ ପାଇଁ ଆଜି ବିଜେପି ଓ କଂଗ୍ରେସରୁ ବହୁ ତୁଙ୍ଗନେତା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି।
ବିଜେଡିର ମିଶ୍ରଣ ପର୍ବରେ ବିଜୁ ଜନତା ଦଳର ଭଦ୍ରକ ଜିଲ୍ଲାର ସଭାପତି ତଥା ସାଂସଦ ଅର୍ଜୁନ ଚରଣ ସେଠୀ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ସ୍ବାଇଁ ପ୍ରମୁଖ େଯାଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/bjd-joining-pic.jpg)