ମୁରଲୀ ମନୋହର ଯୋଶୀଙ୍କ ଟିକେଟ୍ କାଟିଲା ବିଜେପି : ଦଳ ଉପରେ ଅସନ୍ତୋଷ ଜାହିର କଲେ ଯୋଶୀ

ନୂଆଦିଲ୍ଲୀ: ଲାଲକୃଷ୍ଣ ଆଡ଼ଭାନୀଙ୍କ ପରି ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କ ଟିକେଟ କାଟିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ଏହାପରେ ଭାଜପାର ଅନେକ ଟାଣୁଆ ନେତା ଟିକେଟ କଟିବା ପରେ ଦଳ ଉପରେ ଖପ୍ପା ହୋଇଛନ୍ତି ପୁରୁଖା ନେତା ।

ଭାରତୀୟ ଜନତା ପାର୍ଟିର ମହାସଚିବ ରାମଲାଲ ଏନେଇ ଜଣାଇବା ପରେ ମୁରଲୀ ମନୋହର ଯୋଶୀ ଦଳ ଉପରେ ନାରାଜ ଅଛନ୍ତି । ରାମଲାଲ ଯୋଶୀଙ୍କୁ ସାକ୍ଷାତ କରି ଏକଥା ଜଣାଇଥିଲେ । ଚଳିତ ନିର୍ବାଚନରେ ଯୋଶୀଙ୍କ ଟିକେଟ କଟିବା ସ୍ପଷ୍ଟ ହୋଇଛି । ହେଲେ ଦଳର ଏହି ନିଷ୍ପତ୍ତି କିନ୍ତୁ ଯୋଶୀ କିନ୍ତୁ ଠିକ ଭାବେ ଗ୍ରହଣ କରିନାହାନ୍ତି । ରାମଲାଲ କହିଛନ୍ତି ଯୋଶୀ ପାର୍ଟି ଅଫିସ ଯାଇ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରନ୍ତୁ ।

Photo Credits: PTI

ହେଲେ ଦଳରେ ଏହି ନିଷ୍ପତ୍ତିରେ ଖପ୍ପା ହେବା ସହ ଏପରି କୌଣସି ଘୋଷଣା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଯୋଶୀ । ଯୋଶୀ କହିଛନ୍ତି ଦଳରେ ଏବେ କୌଣସି ସଂସ୍କାର ନାହିଁ । ଦଳ ଯଦି କିଛି ନିଷ୍ପତ୍ତି ନିଏ, ତେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏ ନେଇ ବିଧିବଦ୍ଧ ଭାବେ ସୂଚନା ଦେବା ଆବଶ୍ୟକ । ଅନ୍ୟପଟେ ଯୋଶୀ ସ୍ପଷ୍ଟ କରିଦେଇଛନ୍ତି ବିଜେପି କାର୍ଯ୍ୟାଳୟ ଯାଇ ନିର୍ବାଚନ ଲଢ଼ିବା ନେଇ ସେ କୌଣସି ଘୋଷଣା କରିବେ ନାହିଁ ।

ସୂଚନାଯୋଗ୍ୟ ଏହା ପୂର୍ବରୁ ଅନ୍ୟ ବିଜେପି ଟାଣୁଆ ତଥା ଦକ୍ଷ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ଗାନ୍ଧୀନଗର ଟିକେଟ କଟିବା ପରେ ବହୁତ ହଙ୍ଗାମା ହୋଇଥିଲା । ଗାନ୍ଧୀନଗରରୁ ସିଟରୁ ବିଜେପି ଅଧ୍ୟକ୍ଷ ଅମିତ ଶାହ ଚଳିତ ବର୍ଷ ନିର୍ବାଚନ ଲଢ଼ିବେ । ଆଡ଼ଭାନୀଙ୍କ ଟିକେଟ କଟିବା ପରେ ଶତ୍ରୁଘ୍ନ ସିଂହ୍ନାଙ୍କ ସମେତ ଅନେକ କଂଗ୍ରେସର ନେତାମନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

ସମ୍ବନ୍ଧିତ ଖବର