ବିଜେଡିରେ ମିଶିଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା

ଭୁବ‌େନଶ୍ବର, : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ ବିଜେଡିରେ ମିଶିଛନ୍ତି। ଏହାସହ ବିଜେପିର ଭୁବନେଶ୍ବର ଜିଲ୍ଲା ଉପସଭାପତି ପୁରଞ୍ଜନ ପାଢ଼ୀ, ସମ୍ପାଦକ ସଦାଶିବ ଜେନା, ଓବିସି ମୋର୍ଚ୍ଚା ସମ୍ପାଦକ ସୁଶିଲ ପ୍ରଧାନ, ମହିଳା ମୋର୍ଚ୍ଚା ଉପସଭାପତି ବେବିନା‌ ପ୍ରଧାନ, ମିଲି ରଣା, ଭାବେନୀ ରଥ, କବିତା ବରାଳ, ସ୍ବର୍ଣ୍ଣପ୍ରଭା ଜେନା, କେଶବ ରଣା, କାବୁଲି ସ୍ବାଇଁ ପ୍ରମୁଖ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି। ବିଜେପିର ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହ କହିଥିଲେ ଯେ, ଏହି ଯୋଗଦାନ ବିଜେଡି ଶକ୍ତି ବୃଦ୍ଧିରେ ସହାୟକ ହେବ।

ସମ୍ବନ୍ଧିତ ଖବର