ଆସନ୍ତାକାଲି ସମ୍ବର୍ଦ୍ଧିତ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି। ସେମାନଙ୍କ ସହ ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆସୁଛନ୍ତି। ସେମାନେ ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ୮.୩୦ରେ ପହଚିଂବା ପରେ ସେମାନଙ୍କୁ ଦଳ ତରଫରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯିବ । ଏହା ପରେ ସେମାନେ ସିଧାସଳଖ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଗସ୍ତ କରିବେ।

କେନ୍ଦ୍ରମନ୍ତ୍ରୀ ଦ୍ୱୟ ଅପରାହ୍ନ ୩ଟା ବେଳେ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ ଦଳ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତହେବ। ଏହି ସମ୍ବର୍ଦ୍ଧନା ସଭାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପିର ସମସ୍ତ ନବ ନିର୍ବାଚିତ ସାଂସଦ ଏବଂ ବିଧାୟକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଏହି ସମ୍ବର୍ଦ୍ଧନା ସଭାରେ ପ୍ରମୁଖ ନେତୃବୃନ୍ଦ, କାର୍ଯ୍ୟକର୍ତା ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତିମାନେ ଉପସ୍ଥିତ ରହିବେ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର