ବିନା ଅନୁମତିରେ ରୋଡ ସୋ’ କରିବା ପ୍ରସଙ୍ଗ: ବିଜୁଯୁବ ବାହିନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ବିଜୁଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକ ବିନା ଅନୁମତିରେ ମାର୍ଚ୍ଚ ୨୬ରେ ରାଲି କରି ରୋଡ ସୋ କରିଛନ୍ତିା ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ତ୍ୱେ ସେ ଭୁବନେଶ୍ୱର ସହିଦ ନଗରଠାରେ ଖୋଲା ଜିପରେ ବୁଲି ଡ୍ରମ ଓ ବ୍ୟାଣ୍ଡ ବାଜା ସହ ବିଜେଡି ଦଳ ପାଇଁ ପ୍ରଚାର କରିଛନ୍ତିି । ଏଥି ସହ ୧୦ଟି ଚାରିଚକିଆ ଯାନ, ୨୦୦ଟି ମୋଟର ସାଇକେଲ ସମେତ ସହ ଶହ ଶହ ସଂଖ୍ୟାରେ ଦଳୀୟ କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ । ସଂଧ୍ୟା ସମୟରେ ଜନଗହଳିପୂର୍ଣ୍ଣ ଅଂଚଳ ସହିଦ ନଗରରେ ବିନା ଅନୁମତିରେ ରାଲି କରି ବିଜୁଯୁବ ବାହିନୀର ମୁଖ୍ୟ ଅରୂପ ପଟ୍ଟନାୟକ ଆଦର୍ଶ ର୍ନିବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତିା

ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିଛି । ସଂଧ୍ୟା ୬ ଟାରୁ ୧୦ ପର୍ଯ୍ୟନ୍ତ ରୋଡ ସୋ’ କରିବା ଦ୍ୱାରା ସାଧାରଣ ଲୋକ ବିଭିନ୍ନ ସମସ୍ୟା ସମ୍ମୁଖୀନ ହୋଇଛନ୍ତି । ପଟ୍ଟନାୟକ ଆଦର୍ଶ ନିର୍ବାଚନ ଆଚରଣ ବିଧିି ଉଲ୍ଲଘଂନ କରିଥିବାରୁ ନିର୍ବାଚନ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିନିଧୀ ଦଳ ଦାବି କରିଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଆଇନଜୀବୀ ଜୟନ୍ତ ଜେନା ଓ ସତ୍ୟବ୍ରତ ନାୟକ ଏବଂ ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ଥିଲେ ।

ସମ୍ବନ୍ଧିତ ଖବର