ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା ଦାୟର କଲା ବିଜେପି

ଗୋରଖପୁର: କଂଗ୍ରେସ ଅକ୍ଷ୍ୟକ୍ଷ ରାହୁଲ ଗାନ୍ଧୀ ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ବିଜେପି ମୁଖପାତ୍ର ଶଲଭମଣି ତ୍ରିପାଠୀ ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲା ଫାଷ୍ଟଟ୍ରାକ୍‌ କୋର୍ଟରେ ଦଫା ୪୯୯ ଓ ୫୦୦ ରେ ଏକ ମାନହାନୀ ମୋକଦ୍ଦମା ରୁଜୁ କରିଛନ୍ତି। ଆଗାମୀ ଏପ୍ରିଲ ୫ ତାରିଖ ଦିନ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା ଶ୍ରୀ ତ୍ରିପାଠୀଙ୍କ ଓକିଲ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ଶ୍ରୀ ତ୍ରିିପାଠୀ କହିଛନ୍ତି ଯେ ଦିଲ୍ଲୀଠାରେ ମାର୍ଚ୍ଚ ୧୬ରୁ ୧୮ ତାରିଖ ଯାଏ ଚାଲିଥିବା କଂଗ୍ରେସ ପାର୍ଟିର ଜାତୀୟ ଅଧିବେଶନରେ ରାହୁଲ ଗାନ୍ଧୀ ବ୍ୟାଙ୍କ ଠକେଇରେ ସମ୍ପୃକ୍ତ ହୀରା ବ୍ୟବସାୟୀ ନିରବ ମୋଦି, ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମାନତା ଅଛି ବୋଲି କହିଥିଲେ। ‘ ମୋଦି ’ ସାଙ୍ଗିଆ ଦୁର୍ନୀତିର ପ୍ରତିଶବ୍ଦ ହୋଇଛି ବୋଲି ଶ୍ରୀ ଗାନ୍ଧୀ କହିବା ଦ୍ୱାରା ବିଜେପି କର୍ମକର୍ତ୍ତାଙ୍କ ସହିତ ଦେଶବାସୀଙ୍କ ଭାବାବେଗ କୁ ଆଘାତ ଦେଇଛନ୍ତି। ତେଣୁ ତାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
ଏ ନେଇ କଂଗ୍ରେସ ପାର୍ଟି ପକ୍ଷରୁ କୁହାଯାଇଛି ଯେ ଦୁର୍ନୀତି ରୋକିବା ପାଇଁ ଦଳ ସରକାରଙ୍କ ନୀତି ଓ ବିଫଳତା ବିରୋଧରେ ସ୍ୱର ଉତ୍ତୋଳନ କରିବା ଜାରି ରଖିବ। ଲୋକଙ୍କ ସ୍ୱାର୍ଥ ପାଇଁ ଆମେ କୋର୍ଟକୁ ସାମ୍‌ନା କରିବାକୁ ପ୍ରସ୍ତୁତ ଅଛୁ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଅନ୍‌ଓ୍ଵାର ହୁସେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର