ଲୋକସଭା ନିର୍ବାଚନ ପାଇଁ ବିଜେପି-ଶିବସେନା ମଧ୍ୟରେ ଆସନ ବୁଝାମଣା ଚୁଡାନ୍ତ

ମୁମ୍ବାଇ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଛି । ବିଜେପି ସଭାପତି ଅମିତ ଶାହା ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମଧ୍ୟ ଆଜି ଏ ନେଇ ଆଲୋଚନା ହେବା ପରେ ଦୁହେଁ ଏହି ନିଷ୍ପତ୍ତିରେ ପହଞ୍ଚିଛନ୍ତି । ନିଷ୍ପତ୍ତି ଅନୁସାରେ ଶିବସେନା ୨୩ଟି ଓ ବିଜେପି ୨୫ଟି ଆସନରେ ଲଢିବ ।

ପୂର୍ବରୁ ଆସନ ବୁଝାମଣାକୁ ନେଉ ଦୁଇ ଦଳ ମଧ୍ୟରେ ମତଭେଦ ରହିଥିଲା । ଏହି କାରଣରୁ ଆବଶ୍ୟକ ପଡିଲେ ଶିବସେନା ଏକାକୀ ଲଢିବ ବୋଲି ମଧ୍ୟ ଧମକ ଦେଇଥିଲା । କେତେକ ପ୍ରସଙ୍ଗରେ ଶିବସେନା ବିଜେପିକୁ ଖୋଲାଖୋଲି ବିରୋଧ ମଧ୍ୟ କରୁଥିଲା । ରାମମନ୍ଦିର ପ୍ରସଙ୍ଗରେ ଶିବସେନା ବିଜେପିକୁ ଟାର୍ଗେଟ କରୁଥିଲା । ଆଜିର ବୈଠକରେ ଉଦ୍ଧବ ରାମମନ୍ଦିର ପ୍ରସଙ୍ଗ ଉଠାଇଥିଲେ । ଏହାର ଜବାବରେ ଅମିତ ଶାହା କହିଥିଲେ ଯେ ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ ଓ ମନ୍ଦିର ନିର୍ମାଣ କରାଯିବ ।

ସମ୍ବନ୍ଧିତ ଖବର