ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନ ଚାଲୁ ରଖିବା ସପକ୍ଷରେ ବିଜେପି: ରାମ ମାଧବ

ନୂଆଦିଲ୍ଲୀ: ବିଦ୍ରୋହୀ ପିଡିପି ବିଧାୟକଙ୍କ ସହ ମିଶି ଜମ୍ମୁ ଓ କଶ୍ମୀରରେ ସରକାର ଗଠନ କରିବାକୁ ତାଙ୍କ ଦଳ ଉଦ୍ୟମ କରୁଛି ବୋଲି ପ୍ରକାଶିତ ଖବରକୁ ବିଜେପିର ସାଧାରଣ ସଚିବ ରାମ ମାଧବ ଶନିବାର ଦିନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି: ଶାନ୍ତି, ଶାସନ ଏବଂ ଉନ୍ନତି ସ୍ୱାର୍ଥକଳ୍ପେ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ରଖିବାକୁ ତାଙ୍କ ଦଳ ସମର୍ଥନ କରୁଛି।

ବିଜେପିର ହାଇ କମାଣ୍ଡ୍‌ଙ୍କ ସହ ପିଡିପି ବିଧାୟକମାନଙ୍କର ଏକ ବଡ଼ ଦଳ ଯୋଗସୂତ୍ର ରଖିଛନ୍ତି ଏବଂ ଗୈରିକ ଦଳ ସରକାର ଗଠନ କରିବାକୁ ଚାହୁଁଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନେସ୍‌ନାଲ୍‌ କନ୍‌ଫରେନ୍‌ସ୍‌ ନେତା ଓମାର୍‌ ଅବ୍‌ଦୁଲ୍ଲା ଟୁଇଟ୍‌ର୍‌ରେ ଉଲ୍ଲେଖ କରିଥିଲେ।

ରାମ ମାଧବଙ୍କ ମନ୍ତବ୍ୟର ବିରୋଧାଚରଣ କରି ରାଜ୍ୟ ବିଜେପି ୟୁନିଟ୍‌ ପିଡିପିକୁ ଭାଙ୍ଗିବାକୁ ଉଦ୍ୟମ କରୁଛି ବୋଲି ସ୍ୱୀକାର କରିଛି। କୌଣସିମତେ କ୍ଷମତା ହାସଲ କରିବା ସେମାନଙ୍କ ନୀତି ବୋଲି ମନେହେଉଛି ବୋଲି ଅବ୍‌ଦୁଲ୍ଲା ଟୁଇଟ୍‌ କରିଛନ୍ତି।

ମାଧବ କିନ୍ତୁ, କହିଛନ୍ତି: ଏ କଥା ସତ ନୁହେଁ। ମୁଁ ନିଶ୍ଚୟ ରାଜ୍ୟ ୟୁନିଟ୍‌ ଚେକ୍‌ କରି ନିଶ୍ଚିତ କରିବି ଯେ ଉପତ୍ୟକାରେ ଥିବା ଅନ୍ୟ ଦଳଗୁଡ଼ିକରେ କ’ଣ ଘଟୁଛି ବିଜେପି ସେଥିରୁ ବିରତ ରହିଛି।

ସମ୍ବନ୍ଧିତ ଖବର