ଦିଲ୍ଲୀରେ କ୍ଷମତାକୁ ଆସିପାରି ନ ଥିଲେ ବି ଏହା ହେଉଛି ବିଜେପି ପାଇଁ ଭଲ ଖବର

୩୮ଟି ଆସନରେ କ୍ଷମତାସୀନ ଆପ୍‌ର ଭୋଟ୍ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତାକୁ ଆସିପାରି ନ ଥିଲେ ବି ଦଳ ପାଇଁ ଏକ ଭଲ ଖବର ରହିଛି। ତାହା ହେଲା ଏଠାରେ ୭୦ରୁ ୬୩ଟି ବିଧାନସଭା ଆସନରେ ବିଜେପିର ଭୋଟ୍ ପ୍ରତିଶତ ଗତ ବିଧାନସଭା ନିର୍ବାଚନ ତୁଳନାରେ ବଢ଼ିଛି। ଏଥିମଧ୍ୟରୁ ଗତ ୨୦୧୫ ବିଧାନସଭା ନିର୍ବାଚନ ତୁଳନାରେ ଏଥର ୨୦ଟି ଆସନରେ ୧୦ ପ୍ରତିଶତ ଅଧିକ ଭୋଟ୍ ମିଳିଛି। ଅବଶ୍ୟ ଏଥର ବିଜେପିକୁ ମାତ୍ର ୮ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ଅପରପକ୍ଷରେ ଏଥର ୩୮ଟି ଆସନରେ କ୍ଷମତାସୀନ ଆପ୍‌ର ଭୋଟ୍ ପ୍ରତିଶତ ହ୍ରାସ ପାଇଛି। କଂଗ୍ରେସର ଭୋଟ୍ ପ୍ରତିଶତରେ ଯଥେଷ୍ଟ ହ୍ରାସ ହୋଇଥିବା ଜଣାଯାଇଛି। ବିଧାନସଭା ନିର୍ବାଚନରେ କଂଗ୍ରେସର ୬୩ଜଣ ପ୍ରାର୍ଥୀ ଅମାନତ ହରାଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ପୂର୍ବଥର ପରି ଖାତା ଖୋଲିପାରିନାହିଁ ।

AAP's Big Victory: Here's What the Polling Data Reveals
image source-thewire.in

ବିଜେପିର ପରାଜୟ ପଛରେ କେତୋଟି କାରଣକୁ ନେଇ ଚର୍ଚ୍ଚା ହେଉଛି। ୨୦୧୭ ଏମ୍‌ସିଡି ନିର୍ବାଚନରେ ଆପ୍‌ ହା‌ରିବା ପରଠାରୁ ବିଧାନସଭା ନିର୍ବାଚନ ପାଇଁ ସତର୍କତାର ସହ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବିଜେପି ପ୍ରାର୍ଥିପତ୍ର ଦାଖଲ କରିବାପରେ ହିଁ ନିର୍ବାଚଚ ପ୍ରଚାର ଆରମ୍ଭ କଲା। ୨୦୧୩ରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପରେ ଆପ୍‌ ଦେଇଥିବା ମାଗଣା ବିଦ୍ୟୁତ୍‌ ଏବଂ ପାଣି ପ୍ରତିଶ୍ରୁତି ୨୦୧୫ରେ ଏକ ମାଷ୍ଟର ଷ୍ଟ୍ରୋକ୍‌ ଭଳି କାମକଲା। ୨୦୨୦ରେ ମଧ୍ୟ ଦିଲ୍ଲୀ ଜନସାଧାରଣ ଏହି କାରଣ ପାଇଁ ମଧ୍ୟ ଆପ୍‌କୁ ଭୋଟ୍‌ ଦେଇଛନ୍ତି।
ଚଳିତ ଥର ମୁସଲିମ ଭୋଟରଙ୍କ ପ୍ରଥମ ପସନ୍ଦରେ ଆପ୍‌ ରହିଥିଲା। ମୋଦୀ ସରକାରଙ୍କ ନୀତିକୁ ବିରୋଧ କରି ମୁସଲିମମାନେ କେବଳ ବିଜେପିକୁ ହଟାଇବାପାଇଁ ଆପ୍‌କୁ ଭୋଟ୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର