ପ୍ରଚାର ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକଙ୍କୁ ଭଡାରେ ନ ମିଳିପାରେ ବିମାନ: ବିଜେପି ବୁକ୍ କରିଦେଇଛି ଅଧିକାଂଶ ଚାଟାର୍ଡ ପ୍ଲେନ ଓ ହେଲିକପ୍ଟର

ନୂଆଦିଲ୍ଲୀ:  ନିର୍ବାଚନ ଯେତିକି ଯେତିକି ପାଖୋଉଛି  ରାଜନୈତିକ ଦଳଗୁଡିକ ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଆଗାମୀ ସାଧାରଣ ନିର୍ବାଚନ ଆଉ ମାତ୍ର ଅଳ୍ପଦିନ ରହିବା କାରଣରୁ ଏବେଠାରୁ ହିଁ ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି ରାଜନୈତିକ ଦଳ । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ଅଭିଯୋଗ କରିଛି ଯେ, ନିର୍ବାଚନ ପାଇଁ ବିଜେପି ସବୁଠାରୁ ଆଗୁଆ ରହିଛି । ଏପରିକି ଦଳପାଇଁ କେତେକ ଷ୍ଟାର ପ୍ରଚାରକଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି ।

oneindia.com

ଏପରିକି ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୨୦୦ରୁ ଅଧିକ ଚାଟାର୍ଡ ପ୍ଲେନ ବୁକ୍ କରିସାରିଥିବ। କୁହାଯାଇଛି । କେବଳ ଏତିକି ନୁହେଁ ବରଂ ହେଲିକପ୍ଟର ମଧ୍ୟ ବିଜେପି ଖୁବ ଶୀଘ୍ର ବୁକ କରିବା ଆରମ୍ଭ କରିବ ବୋଲି ଜଣାପଡିଛି । ତେବେ ବିଜେପି ଏବେଠାରୁ ନିର୍ବାଚନ ପାଇଁ ଏପରି ପ୍ରସ୍ତୁତି କରିଛି ଯେ, କଂଗ୍ରେସକୁ ପ୍ରଚାର କରିବା ପାଇଁ ପ୍ଲେନ ଆଉ ଅଧିକ ପରିମାଣରେ ନାହିଁ । ତେଣୁ କଂଗ୍ରେସର ଜଣେ ନେତା କହିଛନ୍ତି ଯେ, ନିର୍ବାଚନକୁ ଜିତିବା ପାଇଁ ବିଜେପି ସମସ୍ତଙ୍କୁ ପଛରେ ପକାଇଦେଇଛି । ନିର୍ବାଚନ ସମୟରେ ନେତାମାନେ ନିଜ ନିଜ ଦଳର ପ୍ରଚାର କରିବା ପାଇଁ ବିଭିନ୍ନ ପ୍ରକାରର ପ୍ଲେନ ଓ ହେଲିକପ୍ଟର ବ୍ୟବହାର କରନ୍ତି ।

ଏହାସହ ଯେଉଁ ଦଳ ପାଖରେ ଅଧିକ ଟଙ୍କା ଥାଏ ସେହି ପରିମାଣରେ ଦଳୀୟ ନେତା ପ୍ଲେନ ବୁକ କରନ୍ତି । ତେବେ ଏ ସମ୍ପର୍କରେ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ, ବିଜେପି ପୂର୍ବରୁ ହିଁ ପ୍ରଚାରରେ ସମସ୍ତଙ୍କୁ ପଛରେ ପକାଇଦେଇଛି । ସରକାର ବର୍ତମାନ ସୁଦ୍ଧା ପ୍ରଚାର ପାଇଁ ୬ ହଜାର କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, ସରକାରୀ ଗସ୍ତରେ ମୋଦି ମଧ୍ୟ ଦଳୀୟ ପ୍ରଚାର କରୁଛନ୍ତି । ଏହା ଦ୍ୱାରା ଅଯଥାରେ ଦେଶର ରାଜସ୍ୱ ଯାଉଥିବା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ତେବେ ଗତକାଲି ମୋଦି ବାରାଣାସୀରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । କଂଗ୍ରେସର ଏପରି ଅଭିଯୋଗରେ ବିଜେପି ନେତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହଁ ।

ସମ୍ବନ୍ଧିତ ଖବର