ଭୁବନେଶ୍ବର : ଭୁବନେଶ୍ବର ମଧୢ ନିର୍ବାଚନ ମଣ୍ତଳୀରେ ବିଜେପିର ଜନପରାମର୍ଶ ପଦଯାତ୍ରା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ଏହି ପଦଯାତ୍ରା ୱାର୍ଡ ୩୨ର ଝାରପଡ଼ା ଦୁର୍ଗା ମଣ୍ତପରୁ ଆରମ୍ଭ ହୋଇ ଝାରପଡ଼ା ଗ୍ରାମ ଓ ୱାର୍ଡ ୪୩ର ଲକ୍ଷ୍ମୀସାଗର ଗାଁ ପରିକ୍ରମା କରି ମା’ ଡାଳଖାଇ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା। ଝାରପଡ଼ା ଓ ଲକ୍ଷ୍ମୀସାଗର ଗ୍ରାମର ବହୁ ବରିଷ୍ଠ ନାଗରିକ ଓ ସଂଗଠନ ଏଥିରେ ସାମିଲ୍ ହୋଇଥିଲେ। ବିଭିନ୍ନ ସ˚ଗଠନ ଓ ମହିଳା ସ˚ଗଠନ ତରଫରୁ ଦୋଳମଣ୍ତପ ସାହି, ହରିଜନ ସହି, ମଣ୍ତପ ସାହି, ଭୋଇ ସାହି, ଡୁଗର ସାହି ଠାରେ ବିଜେପି ନେତାଙ୍କୁ ସ୍ବାଗତ କରାଯାଇଥିଲା। ଏହି ପଦଯାତ୍ରାରେ ଜନସାଧାରଣଙ୍କ ସୁବିଧା ଓ ଅସୁବିଧା ବିଷୟରେ ପଚାରିବୁଝିବା ସହ ବିଜେପିର ସ˚କଳ୍ପ ପତ୍ର ବିଷୟରେ ପରାମର୍ଶ ଲୋଡ଼ାଯାଇଥିଲା। ପଦଯାତ୍ରାରେ ଜିଲ୍ଲା ସାଧାରଣ ସ˚ପାଦକ ବିଭାସ ସେନ୍ଗୁପ୍ତା , ରଶ୍ମିର˚ଜନ ମହାପାତ୍ର, ମଣ୍ତଳ ସଭାପତି ସନ୍ତୋଷ କୁମାର ଜେନା ଓ ମଣ୍ତଳ ପଦାଧିକାରୀ ଆଶିଷ ମହାପାତ୍ର, ନିବାସ ଜେନା, ପ୍ରଭାତ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ।
ବିଜେପିର ଜନପରାମର୍ଶ ପଦଯାତ୍ରା
/sambad/media/post_attachments/wp-content/uploads/2019/02/bjp-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)