ନେହରୁଙ୍କ ଭୁଲ୍‌ ପାଇଁ କଶ୍ମୀରବାସୀ କଷ୍ଟ ପାଉଛନ୍ତି: ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହରୁଙ୍କ ଭୁଲ୍‌ ପାଇଁ କଶ୍ମୀରବାସୀ ଆଜି କଷ୍ଟ ପାଉଛନ୍ତି। ନେହରୁଙ୍କ କଶ୍ମୀର ନୀତି ପାଇଁ ଦୀର୍ଘ ଦଶନ୍ଧି ଧରି ଜମ୍ମୁ କଶ୍ମୀରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଖୋର୍ଦ୍ଧାରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଉପାଧ୍ୟକ୍ଷ ଶିବରାଜ ସିଂହ ଶନିବାର ଏହା କହିଛନ୍ତି। ଉଭୟ ରାଜ୍ୟ ସରକାର ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି ଶିବରାଜ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି, କଂଗ୍ରେସରେ କୌଣସି ନୀତି ଓ ନେତା ନାହାନ୍ତି। ୟୁପିଏ ଶାସନ ବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗଲେ ସମ୍ମାନ ପାଉ ନଥିଲେ କିନ୍ତୁ ନରେନ୍ଦ୍ର ମୋଦୀ ଯେତେବେଳ ବିଦେଶ ଗସ୍ତ କରୁଛନ୍ତି ଦେଶର ୧୨୦ କୋଟି ଜନତାଙ୍କୁ ସମ୍ମାନ ମିଳୁଛି। କର୍ମୀଙ୍କୁ ଶପଥ କରାଇ ଶିବରାଜ ରାଜ୍ୟ ସରକାର ବଦଳାଇବା ପାଇଁ ଆହ୍ଵାନ ଦେଇଛନ୍ତି।

ଏହା ପୂର୍ବରୁ ବରିଷ୍ଠ ନେତା ଶିବରାଜ କହିଛନ୍ତି, ଆମର ଲକ୍ଷ୍ୟ ସର୍ବସ୍ପର୍ଶୀ ଓ ସର୍ବବ୍ୟାପୀ। ସବୁ ଲୋକଙ୍କ ନିକଟରେ ପହଂଚିବା ପାଇଁ ଆମେ ଚେଷ୍ଟା କରିବୁ। କାରଣ ସବୁ ବୁଥ ଓ ପଂଚାୟତସ୍ତରରେ ସଂଗଠନ ମଜବୁତ କରିବା ଆମର ଲକ୍ଷ୍ୟ। କମ୍‌ ଭୋଟ ମିଳିଥିବା ବୁଥ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୃଥ୍ଵୀରାଜ ହରିଚନ୍ଦନ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର