ବିଜେପିକୁ ଶକ୍ତ ଧକ୍କା: ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଜିଲ୍ଲା ସଭାପତିଙ୍କୁ ବହିଷ୍କାର, ସମର୍ଥନ ଜଣାଇ ଇସ୍ତଫା ଦେଲେ ଏକାଧିକ କର୍ମକର୍ତ୍ତା

ଭୋପାଳ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅକ୍ଟୋବର ୬ (ଶନିବାର) ମଧ୍ୟପ୍ରଦେଶର ଝାବୁଡା ଜିଲ୍ଲା ଗସ୍ତରେ ପହଞ୍ଚିବା ପୂର୍ବରୁ ଜିଲ୍ଲା ସଭାପତି ମନୋହର ସେଠିଆଙ୍କୁ ଦଳରୁ ବହିଷ୍କାର କରି ଦିଆଯାଇଛି। ମନୋହର ସେଠିଆଙ୍କୁ ବୁଧବାର (ଅକ୍ଟୋବର ୪)ରେ ବହିଷ୍କାର କରି ତାଙ୍କ ସ୍ଥାନରେ ଓମପ୍ରକାଶ ଶର୍ମାଙ୍କୁ ଜିଲ୍ଲା ସଭାପତି ଭାବରେ ନିଯୁକ୍ତି ଦିଆଯାଇଛି।

ସେଠିଆଙ୍କୁ ୬ ମାସ ପୂର୍ବରୁ ଜିଲ୍ଲା ସଭାପତି ଦାୟିତ୍ୱ ଦିଆଯାଇଥିଲା କିନ୍ତୁ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହିତ ଆପତ୍ତିଜନକ ଫଟୋ ଭାଇରାଲ ହେବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏଥିରେ କିଛି ଦଳୀୟ କର୍ମକର୍ତ୍ତା ଅମଙ୍ଗ ହୋଇ ସେମାନେ ଦଳ ଛାଡିଛନ୍ତି। ଦଳ ଛାଡିଥିବା ନେତାମାନଙ୍କ ମଧ୍ୟରେ ଜିଲ୍ଲା ସଂପାଦକ, ଜିଲ୍ଲା ଉପ-ସଭାପତି, ନଗର ସଭାପତି ଆଦି ସାମିଲ ଅଛନ୍ତି। ବିଜେପିର ପ୍ରଦେଶ ମିଡିଆ ମୁଖପାତ୍ର ଲୋକେନ୍ଦ୍ର ପରାଶର ଦଳୀୟ କର୍ମକର୍ତ୍ତାଙ୍କ ଇସ୍ତଫା ସଂପର୍କରେ ସ୍ପଷ୍ଟିକରଣ ଦେଇଛନ୍ତି। ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାମାନେ ଦଳ ଛାଡିବା ପରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି।

ସମ୍ବନ୍ଧିତ ଖବର