ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ବିଜେପି ସାଂସଦ ଅନଶୁଲ ଶର୍ମା ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଦଳୀୟ ଅଫିସର ଚୌକିଦାରଙ୍କୁ ଦେଇଛନ୍ତି। ଚଳିତ ନିର୍ବାଚନରେ ତାଙ୍କୁ ପୁଣି ପ୍ରାର୍ଥୀ କରାଯାଇ ନଥିବାରୁ ଏହାର ପ୍ରତିବାଦ ଜଣାଇ ସେ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହ ଲୋକମାନଙ୍କୁ ଭୁତାଇବା ଲାଗି ନିଜକୁ ଚୌକିଦାର କହୁଛନ୍ତି। କିନ୍ତୁ ପ୍ରକୃତ ଚୌକିଦାର ହେଉଛନ୍ତି ସ୍ଥାନୀୟ (ହରଦୋଇ) ବିଜେପି ଅଫିସ ଜଗିଥିବା ଚୌକିଦାର। ତେଣୁ ତାଙ୍କ ହାତରେ ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି।
ଚୌକିଦାରଙ୍କୁ ଇସ୍ତଫାପତ୍ର ଦେଲେ ବିଜେପି ସାଂସଦ
/sambad/media/post_attachments/wp-content/uploads/2019/03/5-1.jpg)