ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ: ବିଜେପି ସାଂସଦଙ୍କୁ ମାସେ ଜେଲ୍‌

ଲକ୍ଷ୍ନୌ: ଗତ ଲୋକସଭା(୨୦୧୪) ନିର୍ବାଚନ ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କୁ ଏକ ମାସ ଜେଲ୍‌ ଦଣ୍ଡାଦେଶ ହୋଇଛି। ଏଥି ସହିତ ସାଂସଦ ଶ୍ରୀ ପାଲଙ୍କୁ ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଅଦାଲତର ସିଜେଏମ୍‌ ସଞ୍ଜୟ ଚୌଧୁରି ଶହେ ଟଙ୍କା ମଧ୍ୟ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉ କି, ନିର୍ବାଚନ ପ୍ରଚାର ବେଳେ ଜଗଦମ୍ବିକା ଲଢ଼ୁଥିବା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବଂଶୀ କୋଟଓ୍ଵାଲ ଇଲାକାରେ ଏକ ଶୋଭାଯାତ୍ରା କରିଥିଲେ। ସେଥିରେ ସେ ଧାର୍ଯ୍ୟ ସଂଖକ ଯାନଠାରୁ ଅଧିକ ଗାଡ଼ିମୋଟର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହାଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତଥ୍ୟପ୍ରମାଣକୁ ଭିତ୍ତି କରି ଅଦାଲତ ଏହି ରାୟ ଶୁଣାଇଛନ୍ତି। ଅପରପକ୍ଷେ, ଗତକାଲିର ଏହି ରାୟ ପରେ ପରେ ଜଗଦମ୍ବିକାଙ୍କୁ ଜାମିନ ମଧ୍ୟ ମିଳିଯାଇଛି।

ସମ୍ବନ୍ଧିତ ଖବର