ଗୁଜରାଟ କଂଗ୍ରେସ ୱେବସାଇଟ୍‌ରେ ହାର୍ଦ୍ଦିକ ପଟେଲଙ୍କ ଅଶ୍ଲୀଳ ଫଟୋ

ଅହମଦାବାଦ୍‌ : ନିକଟରେ କଂଗ୍ରେସରେ ଯୋଗଦେଇଥିବା ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେ୍ଲଙ୍କ ଅଶ୍ଳୀଳ ଫଟୋ ଗୁଜରାଟ କଂଗ୍ରେସ ୱେବସାଇଟ୍‌ରେ ଦେଖାଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ କେହି ୱେବସାଇଟ୍‌କୁ ହ୍ୟାକ୍‌ କରି ଏପରି କରିଥିବା କୁହାଯାଉଛି। ସୂଚନା ଥାଉ କି, ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକଙ୍କ ବିରୋଧରେ ଜାରି ହୋଇଥିବା ଏକ ସେକ୍ସ ଭିଡିଓର ସ୍କ୍ରିନସଟ୍‌କୁ ୱେବସାଇଟ୍‌ରେ ଦେଖିବାକୁ ମିଳିଥିଲା। ତେବେ ୨୫ ବର୍ଷୀୟ ପଟିଦାର ‌ନେତା ଏହାକୁ ନକଲି ଭିଡିଓ ବୋଲି ଦାବି କରିଥିଲେ। ଅପରପକ୍ଷେ, ହାର୍ଦ୍ଦିକ କଂଗ୍ରେସରେ ଯୋଗ ଦେବାକୁ ଯେଉଁମା‌ନେ ପସନ୍ଦ କରୁନଥିଲେ ସେମାନେ ଏଭଳି କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ଗୁଜରାଟ କଂଗ୍ରେସ ମୁଖ୍ୟ ମନିଶ ଦୋଶୀ କହିଛନ୍ତି। ତେବେ ଏ ସମ୍ପର୍କରେ ଦଳ ପୁଲିସରେ ଅଭି‌‌ଯୋଗ କରିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର