ଜୟପୁର: ପୁଣି ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବା କଥା ଶନିବାର ଦିନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଅଭିଯୋଗ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କ ବିଦ୍ରୋହଜନିତ ରାଜନୈତିକ ସଙ୍କଟ ଟଳିବାର ଚାରି ମାସ ପରେ ଗେହଲଟ୍ ଆଜି ଏକ ଭର୍ଚ୍ୟୁଆଲ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏ କଥା କହିଛନ୍ତି। ବିଦ୍ରୋହ କରି ତାଙ୍କ ସରକାରର ପତ୍ତନ ଘଟାଇବାକୁ ବିଜେପି ଷଡ଼ଯନ୍ତ୍ର କରିଥିବା କଥା ସେତେବେଳେ ମଧ୍ୟ ସେ କହିଥିଲେ।
ଆଜି ସିରୋଶି ଜିଲ୍ଲାର ଶିବଗଞ୍ଜ ନଗର ଅଞ୍ଚଳରେ ଦଳୀୟ କାର୍ଯ୍ୟାଳୟର ଏକ ନୂତନ ଅଟ୍ଟାଳିକା ଉଦ୍ଘାଟନ କରି ଗେହଲଟ୍ କହିଲେ, ସେମାନେ (ବିଜେପି) ନିର୍ବାଚିତ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ରାଜସ୍ଥାନରେ ସେମାନେ ପୁନର୍ବାର ଏହି ଖେଳ ଆରମ୍ଭ କରିଦେଲେଣି। ଏହା ହେଉଛି ସେମାନଙ୍କର ଚିନ୍ତାଧାରା। ଏବେ ସେମାନେ ମହାରାଷ୍ଟ୍ର ଉପରେ ଦୃଷ୍ଟି ପକାଇଥିବା ଲୋକେ କହୁଛନ୍ତି।
Image Courtesy of Hindustan Timesଏହି ଉଦ୍ଘାଟନ ଉତ୍ସବରେ ‘ଏଆଇସିସି’ର ସାଧାରଣ ସମ୍ପାଦକ ଅଜୟ ମାକେନ୍ ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଦୋତସରା ମଧ୍ୟ ଭର୍ଚ୍ୟୁଆଲ୍ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ।
ଗେହଲଟ୍ ଅଭିଯୋଗ କରିଛନ୍ତି, ପୂର୍ବରୁ ଅର୍ଥ ବଳରେ ବିଜେପି ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଥିଲା। (ପାଇଲଟ୍ଙ୍କୁ) ସମର୍ଥନ କରୁଥିବା ବିଧାୟକମାନେ କିଭଳି ଧର୍ମେନ୍ଦ୍ର ପ୍ରଧାନ (କେନ୍ଦ୍ରମନ୍ତ୍ରୀ) ଏବଂ ସୟେଦ ଜାଫର୍ (ସାଂସଦ)ଙ୍କ ଉପସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ସମସ୍ତେ ତାହା ଦେଖିଛନ୍ତି। ସେ ବୈଠକ ଘଣ୍ଟାଏ କାଳ ଚାଲିଥିଲା। ବୈଠକ ପରେ, ବିଧାୟକମାନେ କହିଲେ ଯେ, ଗୃହମନ୍ତ୍ରୀ ମିଠା ଓ ଲୁଣି ଜଳଖିଆ ଦେବା ବେଳେ ସେମାନେ ସଙ୍କୋଚ ବୋଧ କରିଥିଲେ।
ରଣଦୀପ ସୁରେଜୱାଲା, ଅଜୟ ମାକେନ, କେସି ବେଣୁଗୋପାଳ ଏବଂ ଅବିନାଶ ପାଣ୍ଡେଙ୍କ ଭଳି ଆମର ବରିଷ୍ଠ ନେତାମାନେ ରାଜ୍ୟରେ ଶିବିର ପକାଇ ଦଳୀୟ ନେତାଙ୍କୁ ବରଖାସ୍ତ କରିବାକୁ ନିଷ୍ପତ୍ତି ନେବାରୁ ସରକାର ତିଷ୍ଠି ରହିଲା ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/ashok-gehlot.jpg)