ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରବିବାର ୩ କମିଟିର ଗଠନ ସଂପର୍କରେ ଘୋଷଣା କରିଛନ୍ତି। ଶହାଙ୍କ ଘୋଷଣା ଅନୁସାରେ ୩ କମିଟି ୨୦୧୯ ଲୋକସଭା ନିର୍ବାଚନ ପାଇଁ କାମ କରିବେ। ଅମିତ ଶାହ କହିଛନ୍ତି, ନିର୍ବାଚନ ଇସ୍ତାହାର କମିଟି, ପ୍ରଚାର-ପ୍ରସାର କମିଟି ଓ ସାମାଜିକ-ସ୍ୱୟଂସେବୀ ସଂଗଠନ ସଂପର୍କ କମିଟି ଗଠନ କରାଯାଇଛି।

Advertisment

publive-image

ଇସ୍ତାହାର କମିଟି: ଶାହଙ୍କ ଦ୍ୱାରା ଘୋଷିତ ଇସ୍ତାହାର କମିଟିରେ ରାଜନାଥ ସିଂହ ଅଧ୍ୟକ୍ଷ ରହିବେ। ସେହିପରି ଅରୁଣ ଜେଟଲୀ, ନିର୍ମଳା ସୀତାମରଣ, ରବିଶଙ୍କର ପ୍ରସାଦ, ପୀୟୁଷ ଗୋୟଲ, ମୁଖତାର ଅବାସୀ ନକଭୀ, କେ.ଜେ ଅଲଫୋନ୍ସ, ଶିବରାଜ ସିଂହ ଚୌହାନ, କିରଣ ରିଜଜୁ, ସୁଶୀଳ ମୋଦି, କେଶବ ପ୍ରସାଦ ମୌର୍ଯ୍ୟ, ଅର୍ଜୁନ ମୁଣ୍ଡା, ରାମମାଧବ, ଭୂପେଶ ଯାଦବ, ମୀନାକ୍ଷୀ ଲେଖୀ, ସଂଜୟ ପାସଓ୍ଵାନ, ହରୀ ବାବୁ ଓ ରାଜେନ୍ଦ୍ର ମୋହନ ସିଂହ କମିଟିରେ ସଦସ୍ୟ ରହିବେ।

ପ୍ରଚାର-ପ୍ରସାର କମିଟ: ଅରୁଣ ଜେଟଲୀ, ପୀୟୁଷ ଗୋୟଲ, ରାଜ୍ୟବର୍ଦ୍ଧନ ରାଠୋର, ଅନିଲ ଜୈନ, ମହେଶ ଶର୍ମା, ସତୀଶ ଉପାଧ୍ୟାୟ, ରାଜୀବ ଚନ୍ଦ୍ରଶେଖର ଓ ଋତୁରାଜ ସିଂହ।

ସାମାଜିକ-ସ୍ୱୟଂସେବୀ ସଂଗଠନ ସଂପର୍କ କମିଟ: ନିତିନ ଗଡ଼କରୀ, କୈଳାଶ ବିଜୟବର୍ଗୀୟ, ସଦାନନ୍ଦ ଗୌଡ଼ା, କଳରାଜ ମିଶ୍ର, ଶିବ ପ୍ରସାଦ ଶୁକ୍ଲା, ବିଜୟ ସାର୍ପଳା, ଏସ.ଏସ. ଅଲୁଓ୍ଵାଲିଆ, ବନ୍ଦାରୁ ଦତ୍ତାତ୍ରେୟ, ସର୍ଦ୍ଦାର ଆର.ପି. ସିଂହ, ମାଙ୍ଗେରାମ ଗର୍ଗ ଓ ଏଲ୍‌ ଗଣେଷନ।