ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା: ବିଜେପି ମୁଖପାତ୍ର କହିଲେ ସତ୍ୟକୁ ଜାଣିଶୁଣି ଲୁଚାଯାଉଛି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାରେ ଶନିବାର ରାଜ୍ୟ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ସତ୍ୟକୁ ଜାଣିଶୁଣି ଲୁଚାଯାଉଛି, କୋର୍ଟ ଉପରେ ଭରସା ଅଛି। ସାମ୍ବାଦିକ ସମ୍ମିଳନୀରେ ଆଚାର୍ଯ୍ୟ କହିଛନ୍ତି, ଭାରତୀୟ ନିର୍ବାଚନ କମିଶନ ମାମଲା ବିଚାର କରିବାକୁ ଆଗ୍ରହୀ ଅଛି। ନିର୍ବାଚନ କମିଶନ ପୂର୍ବରୁ ୨ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ମଧ୍ୟପ୍ରଦେଶର ୨ଜଣ ମନ୍ତ୍ରୀ ମଧ୍ୟ ଅଯୋଗ୍ୟ ଘୋଷିତ ହୋଇଥିଲେ। କୋର୍ଟକୁ ବିଭ୍ରାନ୍ତି କରିବାକୁ ଜିଲ୍ଲାପାଳଙ୍କୁ ବ୍ୟବହାର କରାଯାଇଛି। ଯଦି କିଛି ସତ୍ୟ ଅଛି ନିର୍ବାଚନ କମିଶନଙ୍କୁ ଜଣାନ୍ତୁ ବୋଲି ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର