ସମାଜବାଦୀ ପାର୍ଟି ଓ ବିଜେପି ମୁଖପାତ୍ର ପରସ୍ପରକୁ ମାଡ଼ ମାରୁଥିବା ବେଳର ଭିଡିଓ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ଏକ ବେସରକାରୀ ଖବର ଚ୍ୟାନେଲ୍‌ରେ ସମାଜବାଦୀ ପାର୍ଟିର ମୁଖପାତ୍ର ଅନୁରାଗ ଭଦୋରିଆ ଓ ବିଜେପି ମୁଖପାତ୍ର ଗୌରବ ଭାଟିଆ ପରସ୍ପରକୁ ମାଡ଼ ମାରୁଥିବାର ଦୃଶ୍ୟ ଦେଖାଦେବା ପରେ ଉଭୟ ଦଳ ପାଇଁ ଏହା ଏକ ଲଜ୍ଜାକର ବିଷୟ ପାଲଟିଛି। ଏହି ମାମଲାର ମୀମାଂସା କରିବା ପାଇଁ ପୁଲିସ୍‌କୁ ବି ଡାକିବାକୁ ପଡ଼ିଥିଲା। ସମାଜବାଦୀ ପାର୍ଟିର ଅନୁରାଗ ଭଦୋରିଆଙ୍କୁ ପୁଲିସ୍‌ ଗିରଫ କରି ହେପାଜତରେ ନେଇଛି। ତେବେ ବିଜେପି ମୁଖପାତ୍ର ଗୌରବ ଭାଟିଆ ସେହି ସମୟର ଭିଡିଓକୁ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ପୋଷ୍ଟ କରିଥିବାର ଦେଖିବାକୁ ମିଳିଛି।

 

ନିଜ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି କି , ‘ଇଏ ପ୍ରବକ୍ତା ନୁହଁନ୍ତି, ଗୁଣ୍ଡା ଅଟନ୍ତି। ଅନୁରାଗ ଭଦୋରିଆ ପୂରା ଭାଷଣରେ ବ୍ୟକ୍ତିଗତ ଟିପ୍ପଣୀ ଦେବା ସହ ଅପଶବ୍ଦ ବ୍ୟବହାର କରିଛନ୍ତି। ପରିବାରରକୁ ନେଇ ବି ମତ ରଖିଲେ। ଶେରେ ସେ ହାତ ଉଠାଇବାକୁ ବି ପଛାଇଲେ ନାହିଁ।’

ସମ୍ବନ୍ଧିତ ଖବର