ମୁସଲିମ୍‌ ବ୍ରଦରହୁଡ ସହିତ ‘ଆରଏସଏସ’କୁ ତୁଳନା, ବିଜେପିକୁ ବଦନାମ କରିବା ପାଇଁ ରାହୁଲ ଗାନ୍ଧି ନେଇଛନ୍ତି ସୁପାରୀ: ସମ୍ବିତ ପାତ୍ର

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)କୁ ଆରବ ଦେଶର ଇସଲାମିକ କଟ୍ଟରପନ୍ଥୀ ସଂଗଠନ ‘ମୁସଲିମ ବ୍ରଦଦହୁଡ’ ସହିତ ତୁଳନା କରିବା ପରେ ବିଜେପି ଶୁକ୍ରବାର ବିରକ୍ତି ପ୍ରକାଶ କରିଛି। ରାହୁଲ ଗାନ୍ଧିଙ୍କ ବୟାନ ଉପରେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଭାରତକୁ ବଦନାମ କରିବାକୁ ରାହୁଲ ଗାନ୍ଧି ସୁପାରୀ ନେଇଛନ୍ତି।

ସମ୍ବିତ ପାତ୍ର କହିଛନ୍ତି, ବିଜେପି ଆଜି ଖୁସିରେ ସାମ୍ବାଦିକ ସମ୍ମିଳନୀ ଡାକି ନାହିଁ। ରାହୁଲ ଗାନ୍ଧି ଯେଉଁ ପ୍ରକାର ଭାବନା ରଖିଛନ୍ତି, ଏଥିରେ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ଜର୍ମାନୀର ବର୍ଲିନରେ ରାହୁଲ କହିଥିଲେ, ମୋଦି ସରକାର ୧ ପ୍ରତିଶତ କର୍ମନିଯୁକ୍ତି ଦେଇ ନାହାନ୍ତି। ବିଜେପି ଦେଶକୁ ବିଭାଜନ କରିବାକୁ ଚାହୁଁଛି। ବରିଷ୍ଠ ବିଜେପି ନେତା କହିଛନ୍ତି, ରାହୁଲ ଆମ ଦେଶର ନେତା ଓ କଂଗ୍ରେସର ଅଧ୍ୟକ୍ଷ ଅଟନ୍ତି। ଆପଣ ଆମ ଦେଶର ନେତା କିନ୍ତୁ ବିଦେଶ ଯାଇ ନିଜର ଅସମର୍ଥତା ଦେଖାଇଛନ୍ତି। ଏହା ଦୁଃଖଦ ଘଟଣା ଓ ଚିନ୍ତାର ବିଷୟ।

ସମ୍ବିତ ପାତ୍ର କହିଛନ୍ତି, କ’ଣ ଆପଣ ସୁପାରୀ ନେଇଛନ୍ତି। ଏହି ପ୍ରଶ୍ନ ଆମେ ଆପଣଙ୍କୁ ଏଇଥି ପାଇଁ ପଚାରୁଛୁ ଯେ, ବିଦେଶ ମାଟିରେ ନିଜ ଦେଶକୁ ଅପମାନିତ ଓ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି। ଆପଣ କାହାର ଠାରୁ ସୁପାରୀ ନେଇଛନ୍ତି? ଆଜି ଆପଣ ଯାହା କହିଛନ୍ତି, ଏହାକୁ କ୍ଷମା ଦିଆଯାଇ ପାରିବ ନାହିଁ। ଆପଣ ବିଜେପି ସରକାରକୁ ମୁସଲିମ ବ୍ରଦରହୁଡ଼ ସହିତ ତୁଳନା କରିଛନ୍ତି।

ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ପାତ୍ର କହିଛନ୍ତି, ବର୍ତ୍ତମାନ ସରକାରଙ୍କ ଭାବନା ଆତଙ୍କବାଦୀଙ୍କ ଭାବନା କହିବା କ’ଣ ଉଚିତ, କ’ଣ ହିନ୍ଦୁସ୍ତାନ ଉପରେ କୌଣସି ଆତଙ୍କବାଦୀ ସଂଗଠନ ରାଜ କରୁଛି, ଦେଶର ୧୨୫ କୋଟି ଜନତା ୨୦୧୪ରେ ଯେଉଁ ଗଣତନ୍ତ୍ର ପ୍ରକ୍ରିୟା ବାଛିଛନ୍ତି, ତାହା କ’ଣ ଆତଙ୍କବାଦୀ ଚିନ୍ତାଧାରା ଥିଲା। ମୁସଲିମ ବ୍ରଦରହୁଏ ଏକ ଆତଙ୍କବାଦୀ ସଂଗଠନ। ଏହାକୁ ଅନେକ ଦେଶରେ ପ୍ରତିବନ୍ଧକ ଭାବରେ ରଖାଯାଇଛି। ଆପଣ ଆରଏସଏସ ଓ ବିଜେପି ସହିତ ଏହାକୁ ତୁଳନା କରୁଛନ୍ତି।

ସମ୍ବନ୍ଧିତ ଖବର