ବିଜେପି ଆରମ୍ଭ କଲା ଜବାବ ମାଗୁଛି ଓଡ଼ିଶା ଅଭିଯାନ : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର 

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ୨୧ତମ ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ସେପଟେ  ବିଜେପି ଆଜି ରାଜ୍ୟରେ ଆରମ୍ଭ କରିଛି ‘ଜବାବ ମାଗୁଛି ଓଡିଶା ଅଭିଯାନ’ । ଭୁବନେଶ୍ୱର ବରମୁଣ୍ଡା ପଡିଆରେ  ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ଓଡିଶା ମାଗେ ଜବାବ’ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ  ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ । ସେ ବିଭିନ୍ନ ଯୋଜନାରେ ବିଫଳତା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ରେଳ ଲାଇନ ପାଇଁ ଓଡ଼ିଶା ସରକାର ଜମି ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଏହା ସହିତ ରାଜ୍ୟର ୧୪୭ଟି  ନିର୍ବାଚନ ମଣ୍ଡଳୀରେ ଗାଡି ବୁଲାଇ ଅଭିଯାନ ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ଓଡିଶାବାସୀଙ୍କୁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି କାହିଁକି ପାଳନ କରିନାହାନ୍ତି ସେ ନେଇ ଲୋକଙ୍କୁ ସଚେତନ କରାଇବ ବିଜେପି ।

ସେପଟେ କଂଗ୍ରେସ ଆଜି କଳା ଦିବସ ପାଳନ କରୁଛି । ପିଠା ଓ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ପଂଚାୟତର କ୍ଷମତାକୁ ସଂକୁଚିତ କରିବା ଉଦ୍ୟମ ହେଉଥିବା ଅଭିଯୋଗ କରି କଳା ଦିବସ ପାଳନ କରୁଛି କଂଗ୍ରେସ । ମୁହଁରେ କଳାପଟି ବାନ୍ଧି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି କଂଗ୍ରେସ ସଦସ୍ୟ ।

ସମ୍ବନ୍ଧିତ ଖବର