ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ମହିଳାଙ୍କୁ ସଂସଦକୁ ପଠାଇବା ପାଇଁ ଘୋଷଣା କରି ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଯଦି ସଂସଦ ପାଇଁ ୩୩ ପ୍ରତିଶତ ମହିଳାଙ୍କୁ ପଠାଇ ପାରୁଛନ୍ତି, ତେବେ ବିଧାନସଭାରେ ଏହି ନିୟମକୁ କାହିଁକି ଲାଗୁ କରିପାରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଶ୍ରୀ ପାତ୍ର କହିଛନ୍ତି, ବିଜେଡି ଦୀର୍ଘ ବର୍ଷ ଶାସନ କଲା ପରେ ବି ନାରୀ ସମାଜ ଉପରେ ନିର୍ଯାତନା ଓ ଅତ୍ୟାଚାର ବୃଦ୍ଧି ପାଇଛି। ଏହାକୁ ଘୋଡ଼ାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ପୁଣି ଥେର ମହିଳା ସଂରକ୍ଷଣ ନାଁରେ ଭୂଆଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି। ଅନ୍ୟ ପଟେ ରାଜ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଜଣେ ପୁରୁଷ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ କେତେ ପ୍ରାଧାନ୍ୟ ଦିଅନ୍ତି। ବିଧାନସଭାରେ ବହୁମତ ଥାଇ ମଧ୍ୟ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ବିଜେଡି ଲାଗୁ କରିପାରିଲା ନାହିଁ। ସେହିପରି ସଂସଦ ଭିତରେ ବିଜେଡିର ୨୦ ଜଣ ସାଂସଦ ଥାଇ ମଧ୍ୟ ଦିନଟିଏ ବି ଏହି ପ୍ରସଙ୍ଗକୁ ଉଠାଇ ନାହାନ୍ତି। ବିଜେପି ପୂର୍ବରୁ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ସ୍ବାଗତ କରିଛି। ବିଜେପି ସବୁ ସମୟରେ ନାରୀ ଶକ୍ତି ସହ ଅଛି। ନୂଆ ଭାରତ ଓ ନୂଆ ଓଡ଼ିଶା ଗଠନ ଦିଗରେ ଦଳ କାର୍ଯ୍ୟ କରୁଛି।
୩୩% ମହିଳାଙ୍କୁ ସଂସଦକୁ ପଠାଇବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରସଙ୍ଗ : ଏହି ନିୟମ ବିଧାନସଭା ପାଇଁ କାହିଁକି ନୁହେଁ - ବିଜେପି
/sambad/media/post_attachments/wp-content/uploads/2019/03/sambit-patra-06-1509949983.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)