ନୂଆଦିଲ୍ଲୀ: ଆଗାମୀ ମଣିପୁର ବିଧାନସଭା ନିର୍ବାଚନରେ ସମସ୍ତ ୬୦ଟି ଆସନରୁ ‘ବିଜେପି’ ପ୍ରତିଦ୍ବନ୍ଦ୍ବିତା କରିବ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂହ ହିଙ୍ଗ୍ୟାଙ୍ଗ୍ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ।
ଆଜି ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ତଥା ‘ବିଜେପି’ ନେତା ଭୂପେନ୍ଦର୍ ଯାଦବ କହିଛନ୍ତି ଯେ, ୨/୩ୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରି ଦଳ ସରକାର ଗଢ଼ିବ।
/sambad/media/post_attachments/wp-content/uploads/2022/01/bjp-6-300x169.jpg)
ଫେବ୍ରୁଆରି ୨୭ ଓ ମାର୍ଚ ୩ ତାରିଖରେ ଦୁଇଟି ପର୍ଯ୍ୟାୟରେ ମଣିପୁର ନିର୍ବାଚନ ଆୟୋଜନ କରାଯିବ।
ଭୂପେନ୍ଦର୍ ଯାଦବ କହିଛନ୍ତି, ଶାନ୍ତି ଓ ବିକାଶରେ ‘ବିଜେପି’ ମଣିପୁରରେ ସରକାର ଚଳାଇଛି। ମଣିପୁରରେ ଦଳ ସମସ୍ତ ୬୦ଟି ଆସନରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା କରିବ। ସବୁ ଆସନ ପାଇଁ ଆମେ ପ୍ରାର୍ଥୀ ଚୂଡ଼ାନ୍ତ କରିଛୁ। ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ ହିଙ୍ଗ୍ୟାଙ୍ଗ୍ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ଦୀର୍ଘ ଦିନ ଧରି ‘ବିଜେପି’ ପାଇଁ କାର୍ଯ୍ୟ କରିଥିବା ସଦସ୍ୟମାନଙ୍କୁ ଟିକେଟ ମିଳିବ। କ୍ରୀଡ଼ା, ପ୍ରଶାସନ ଏବଂ ଶିକ୍ଷା କ୍ଷେତ୍ରର ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଟିକେଟ୍ ମଳିବ।