ରାଜସ୍ଥାନ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିବ ବିଜେପି; ଏ ସରକାର ବେଶୀ ଦିନ ତିଷ୍ଠିବ ନାହିଁ: ବସୁନ୍ଧରା ରାଜେ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଗୁରୁବାର ଦିନ କହିଛନ୍ତି ଯେ, ଅଶୋକ ଗେହଲଟ୍‌ଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ବେଶୀ ଦିନ ତିଷ୍ଠିବ ନାହିଁ।

ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାର ଦିନକ ଆଗରୁ ବସୁନ୍ଧରାଙ୍କ ଭଳି ବିରୋଧୀ ନେତା ଗୁଲାବ ଚାନ୍ଦ କଟାରିଆ ମଧ୍ୟ କହିଛନ୍ତି ଯେ, କେତେକ ନିଷ୍ପତ୍ତି କାରଣରୁ କଂଗ୍ରେସ ମଧ୍ୟରେ ବିବାଦ ହେବ। ଆସନ୍ତାକାଲି ତାଙ୍କ ଦଳ ଗୃହରେ ଅନାସ୍ଥା ପ୍ରସ୍ତାବ ଆଗତ କରିବ।

ଏଠାରେ ସୂଚନାଯୋଗ୍ୟ କି, ଶୁକ୍ରବାର ସକାଳ ୯. ୩୦ରେ ବିଜେପି ବିଧାୟକ ଦଳର ବୈଠକ ଡାକିଛି।

Image Courtesy of The Print

ତେଣେ ଗେହଲଟ୍ ପୁଣି କହିଛନ୍ତି, କଂଗ୍ରେସ ପାର୍ଟିରେ ଯାହା କିଛି ଭୁଲ୍‌ ବୁଝାମଣା ହୋଇଛି ଅଗ୍ରଗତି କରିବା ନିମନ୍ତେ ସ‌େ ସବୁକୁ କ୍ଷମା ଦେଇ ଭୁଲି ଯିବା ଉଚିତ। ଟୁଇଟ୍‌ କରି ସେ ଲେଖିଛନ୍ତି, ଗଣତନ୍ତ୍ରକୁ ବଞ୍ଚାଇବା ଲାଗି ଏହି ଲଢ଼େଇରେ କ୍ଷମା ଦେବା ଓ ଭୁଲିଯିବା ଉଚ୍ଛ୍ବାସରେ ଆମେ ଆମର ସମସ୍ତ ବଳ ଖଟାଇ ଅଗ୍ରଗାମୀ ହେବା ଉଚିତ।

ସେ ଦାବି କରିଛନ୍ତି ଯେ, ଗଣତନ୍ତ୍ରକୁ ପରାହତ କରିବାକୁ ଦେଶରେ ଅତି ବିପଜ୍ଜନକ ଷଡ଼ଯନ୍ତ୍ର ଚାଲିଛି। କଂଗ୍ରେସର ସଂଗ୍ରାମ ହେଉଛି ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ଗଣତନ୍ତ୍ରକୁ ବଞ୍ଚାଇବା।

 

 

ସମ୍ବନ୍ଧିତ ଖବର