ଗୁରୁଗାଁଓ : ହରିୟାଣାରେ ଝୁଲା ବିଧାନସଭା ହେବାର ସମ୍ଭାବନା ଜଳ ଜଳ ଦେଖାଯାଉଥିବାବେଳେ ଦୁଇ ମୁଖ୍ୟ ଦଳ ବିଜେପି ଓ କଂଗ୍ରେସ ସ୍ୱାଧୀନ ଓ ଅନ୍ୟ ଆଞ୍ଚଳିକ ଦଳଙ୍କୁ ନିଜ ନିଜ ଶିବିରକୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ତେବେ ହରିୟାଣା କଂଗ୍ରେସର ବରିଷ୍ଠ ନେତା ଭୁପିନ୍ଦର ସିଂ ହୁଡା କହିଛନ୍ତି ଯେ ସ୍ୱାଧିନ ଓ ଅନ୍ୟ ଛୋଟ ଛୋଟ ଦଳମାନଙ୍କ ଉପରେ ଚାପ ପ୍ରୟୋଗ କରୁନ୍ତି । ହୁଡା କହିଛନ୍ତି ଯେ ଲୋକମାନେ ହରିୟାଣାରେ ବିଜେପି ସରକାର ବିରୋଧରେ ଭୋଟ ଦେଇଛନ୍ତି । ଏବେ କଂଗ୍ରେସ, ଜେଜେପି ଓ ସ୍ୱାଧୀନ ପ୍ରାର୍ଥୀମାନେ ଏକାଠି ହୋଇ ହାତମିଳାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ହରିୟାଣାରେ ବିଜେପି ୩୯ଟି ଓ କଂଗ୍ରେସ ୩୧ଟି ଆସନରେ ଆଗୁଆ ଅଛନ୍ତି । ଅନ୍ୟପକ୍ଷରେ ଦ୍ୟୁଷ୍ୟନ୍ତ ଚୌଟାଲାଙ୍କ ନବଗଠିତ ଜେଜେପି ୧୦ଟି ଆସନ ପାଇବାକୁ ଯାଉଛି । ସ୍ୱାଧୀନ ଓ ଅନ୍ୟାନ୍ୟ ପ୍ରାର୍ଥୀମାନେ ୯ଟି ଆସନ ପାଇବା ସମ୍ଭାବନା ରହିଛି ।