ରାଜ୍ୟସଭା ଦୌଡ଼ରୁ ଓହରିଲା ବିଜେପି, ପ୍ରାର୍ଥୀ ଦେବ ନାହିଁ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତୀୟ ଜନତା ପାର୍ଟି। ଓଡ଼ିଶାରେ ଖାଲି ଥିବା ୪  ରାଜ୍ୟସଭା ଆସନ ଲାଗି ଅନୁଷ୍ଠିତ ହେଉଥିବା ନିର୍ବାଚନରେ କୌଣସି ପ୍ରାର୍ଥୀ ଦେବନାହିଁ ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବୁଧବାର ଏହା ସ୍ପଷ୍ଟ କରିଛି । ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ପ୍ରାର୍ଥୀ ନ ଦେବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିବା ପ୍ରକାଶ କରିଛନ୍ତି ପ୍ରଦୀପ୍ତ । ଏପରିକି କଂଗ୍ରେସ, ସିପିଆଇ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇଲେ ମଧ୍ୟ ନିର୍ବାଚନ ଜିତିବାକୁ ଆବଶ୍ୟକୀୟ ସଂଖ୍ୟା ହେଉନାହିଁ ତେଣୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ନ ଦେବାକୁ ସଂସଦୀୟ ଦଳ ବୈଠକରେ ନିଷ୍ପତି ନିଆଯାଇଥିବା କହିଛନ୍ତି ପ୍ରଦୀପ୍ତ ।

ତେବେ ଅନ୍ୟପଟେ ଆଜି ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର ଓ ମମତା ମହନ୍ତ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ୪ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଯେହେତୁ ଅନ୍ୟ କୌଣସି ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇନାହିଁ ତେଣୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ଏହି ୪ ଆସନ ଆସିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏହାସହ ଅଶ୍ୱିନୀ ବୈଷ୍ଣବ ଫର୍ମୁଲାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିଛି । ଏହାବାଦ୍ ରାଜ୍ୟସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ।

ସମ୍ବନ୍ଧିତ ଖବର