ଗୁଜୁରାଟ ବିଧାନସଭାରେ ବିଜେପି ବିଧାୟକ ସଂଖ୍ୟା ୧୦୦ ଛୁଇଁଲା, ଜସଦେନ ଉପ-ନିର୍ବାଚନରେ ବିଜେପି ବିଜୟୀ

ଗାନ୍ଧିନଗର : ଗୁଜୁରାଟ ବିଧାନସଭାରେ ବିଜେପିର ସିଟ ସଂଖ୍ୟା ୧୦୦ରେ ପହଞ୍ଚିଛି । ନିକଟରେ ଅନୁଷ୍ଠିତ ଜସଦେନ ବିଧାନସଭା ଉପ-ନିର୍ବାଚନରେ ବିଜେପି ବିଜୟୀ ହୋଇଛି । ବିଜେପି ପ୍ରାର୍ଥୀ କୁନଭର୍ଜି ବାଭାଲିଆ ନିଜର ନିକଟତମ ପ୍ରାର୍ଥୀ ଅବସର ନକିଆଙ୍କୁ ୧୯,୯୭୯ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

୨୦୧୭ ଡିସେମ୍ବରରେ ହୋଇଥିବା ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ୯୯ଟି ଆସନରେ ଜିତି ସରକାର ଗଢିଥିବାବେଳେ କଂଗ୍ରେସ ୭୭ଟି ଆସନ ଜିତିଥିଲା । କିନ୍ତୁ ଏହି ବିଜୟ ପରେ ସଦନରେ ବିଜେପିର ସଦସ୍ୟସଂଖ୍ୟା ୧୦୦କୁ ବୃଦ୍ଧି ପାଇଥିବାବେଳେ ଓ କଂଗ୍ରେସ ସଦସ୍ୟ ସଂଖ୍ୟା ୭୬କୁ ହ୍ରାସ ପାଇଛି । ମଜାକଥା ହେଉଛି ବିଜୟୀ ବିଜେପି ପ୍ରାର୍ଥୀ କୁନଭର୍ଜି ବାଭାଲିଆ ଗତ ବର୍ଷ କଂଗ୍ରେସ ଟିକଟରେ ଲଢି ଏହି ଆସନରେ ବିଜୟୀ ହୋଇଥିଲେ । ଗତ ଜୁଲାଇ ୨ରେ ସେ କଂଗ୍ରେସ ଛାଡି ବିଜେପିରେ ମିଶିବା ସହ ଜସଦେନ ଆସନରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏହା ପରେ ଗତ ୨୦ ତାରିଖରେ ଉପନିର୍ବାଚନ ହୋଇଥିଲା ।

ସମ୍ବନ୍ଧିତ ଖବର