ବିଧାନସଭାରେ ହାରିବା ପରେ ରାଜସ୍ଥାନର ଏହି ନିର୍ବାଚନରେ ବିଜେପିର ବିଶାଳ ବିଜୟ, ୧୪ରୁ ମିଳିଲା ୮ ଆସନ

ଜୟପୁର: ନିକଟରେ ରାଜସ୍ଥାନ ବିଧାନସଭାରେ ହାରିବା ପରେ ବିଜେପିକୁ ପଂଚାୟତ ସମିତି ଏବଂ ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିପୁଳ ବିଜୟ ମିଳିଛି। ରାଜସ୍ଥାନରେ ୧୩ ପଂଚାୟତ ସମିତି ସଭ୍ୟ ଏବଂ ଗୋଟିଏ ଜିଲ୍ଲା ପରିଷଦ ପାଇଁ ଉପ-ନିର୍ବାଚନ ହୋଇଥିଲା। ଭାରତୀୟ ଜନତା ପାର୍ଟିକୁ ୭ ପଂଚାୟତ ସମିତି ଓ ଏକ ଜିଲ୍ଲା ପରିଷଦ ଆସନରେ ବିଜୟ ମିଳିଛି।

ରାଜ୍ୟ ନିର୍ବାଚନ ଆୟୋଗ ତରଫରୁ ରବିବାର ଘୋଷିତ ୧୩ ପଂଚାୟତ ସମିତି ସଭ୍ୟ ଏବଂ ଗୋଟିଏ ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ୭ ପଂଚାୟତ ସମିତିରେ ବିଜେପି, ୫ରେ କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେପି ଜିତିଛି ବୋଲି ନିର୍ବାଚନ ଆୟୋଗ ବୟାନରେ କହିଛି।

ରାଜ୍ୟରେ ସମସ୍ତ ଆସନରେ ଉପ-ନିର୍ବାଚନ ପାଇଁ ଡିସେମ୍ବର ୨୮ରେ ଇଲେକଟ୍ରୋନିକ୍‌ ଭୋଟିଂ ମେସିନ ମାଧ୍ୟମରେ ଭୋଟିଂ କରାଯାଇଥିଲା। ନିକଟରେ ବିଧାନସଭା ନିର୍ବାଚନରେ ବିଜେପିକୁ ୭୩ ଆସନ ମିଳିଥିବା ବେଳେ କଂଗ୍ରେସକୁ ୯୯ ଆସନ ମିଳିଥିଲା।

ସମ୍ବନ୍ଧିତ ଖବର