ମୁମ୍ବାଇ:  ‘ହସି ତୋ ଫସି’ ଅଭିନେତ୍ରୀ ପରିଣୀତି ଚୋପ୍ରା ୨୩ ସେପ୍ଟେମ୍ବରରେ ରାଜନେତା ରାଘବ ଚାଢ଼ାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ପ୍ରେମପକ୍ଷୀ ଉଦୟପୁରରେ ନିଜ ସଂପର୍କୀୟ ଓ ଶୁଭେଚ୍ଛୁଙ୍କ ଗହଣରେ ପରସ୍ପରଙ୍କ ଜୀବନସାଥୀ ପାଲଟିଛନ୍ତି। ଅଭିନେତ୍ରୀ ତାଙ୍କ ଶାଶୂଘରେ ମଧ୍ୟ ପହଞ୍ଚି ସାରିଛନ୍ତି। ଦିଲ୍ଲୀରେ ତାଙ୍କୁ ସ୍ୱାଗତ କରାଯାଉଥିବାର ଫଟୋ ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା।

Advertisment

ଏବେ ସେ ଦୁହିଁଙ୍କର କ୍ରିକେଟ୍‌ ମ୍ୟାଚ୍‌ର କିଛି ଫଟୋ ଓ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଫଟୋ ଓ ଭିଡିଓରେ ‘ଦ ଚୋପ୍ରା ବନାମ ଚଢ଼ା’ ନାମରେ ମ୍ୟାଚ୍‌ ହୋଇଥିବା ଦେଖିବାକୁ ମିଳିଛି। ଉଭୟ ରାଘବ ଓ ପରୀ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେହି ଫଟୋଗୁଡ଼ିକୁ ସେୟାର କରିଛନ୍ତି। ତେବେ ପରିଣୀତି ଏହି ଫଟୋକୁ ସେୟାର କରି ହୋଇଥିବା ମ୍ୟାଚ୍‌ରେ ‘ଦୁଇ ପକ୍ଷ ବିଜୟୀ ହୋଇଛନ୍ତି ଓ ଦୁଇ ପରିବାରଙ୍କ ମନର ମିଳନ ହୋଇଛି’ ବୋଲି ଲେଖିଛନ୍ତି। ତ‌ାଙ୍କର ଏହି ଲେଖା ସଭିଙ୍କ ମନକୁ ଛୁଇଁଯାଇଛି।

ଉଲ୍ଲେଖଯୋଗ୍ୟ, ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ାଙ୍କ ବିବାହ ଉଦୟପୁରର ‘ଲୀଲା ପ୍ୟାଲେସ’ ହୋଟେଲରେ ରାଜକୀୟ ଶୈଳୀରେ ହୋଇଥିଲା। ଏହି ସମୟର ନବ ବିବାହିତ ଦମ୍ପତିଙ୍କର ଏକ ବିଶେଷ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଭିଡିଓକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରି ରାଘବ ପତ୍ନୀ ପରିଣୀତିଙ୍କୁ ‘ଥ୍ୟାଙ୍କ୍‌ ୟୁ ମିସେଜ୍‌ ଚଢ଼ା’ ବୋଲି ଲେଖିଥିବାର ଦେଖିବାକୁ ମିଳିଛି।

ଭାଇରାଲ୍‌ ଭିଡିଓରେ ପରିଣୀତି ରାଘବଙ୍କ ପାଇଁ ଏକ ସୁନ୍ଦର୍‌ ସର୍‌ପ୍ରାଇଜ୍‌ ଦେଇଥିବାର ଦେଇଛନ୍ତି। ଭିଡିଓଟିକୁ ଦେଖି ଆପଣ ଜାଣି ପାରୁଥିବେ ଯେ ପରୀ, ରାଘବଙ୍କ ପାଇଁ ଏକ ସୁନ୍ଦର ସଂଗୀତକୁ ଉତ୍ସର୍ଗ କରିଛନ୍ତି।