ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତନ ବିଭ୍ରାଟ ରିେପାର୍ଟ ସର୍ବସାଧାରଣରେ ପ୍ରକାଶ କରାନଯିବା ଘଟଣାେର ଆଜି ବିେଜପି ରାଜ୍ୟ ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିଛି। ଦଳ ଏହା ବିେରାଧରେ ହାଇେକାର୍ଟକୁ ଯିବା ଲାଗି ଧମକ ଦେବା ସହିତ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବ୍ୟଭିଚାରୀ, ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ବୋଲି କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବିେଜପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ େହାଇଥିଲା। ଏଥିେର ବିେଜପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ କହିଥିେଲ, ମୁଖ୍ୟମନ୍ତ୍ରୀ ଏବ˚ ପ୍ରଶାସକମାନେ ଜଗନ୍ନାଥ ସ˚ସ୍କୃତି ବିେରାଧରେ ଏକ ବିରାଟ ଷଡଯନ୍ତ୍ର କରୁଛନ୍ତି। ୨୦୧୫, ନବକଳେବର ସମୟରେ ଘଟିଥିବା ବ୍ରହ୍ମ ବିଭ୍ରାଟ ସମଗ୍ର ଓଡିଆ ଜାତି, ଜଗନ୍ନାଥ ସ˚ସ୍କୃତିପ୍ରେମୀ ବିଶେଷତଃ ସନାତନ ଧର୍ମାବିଲମ୍ବୀ ହିନ୍ଦୁ ସମାଜକୁ ଗଭୀର ଭାବେ ଆନ୍ଦୋଳିତ କରିଥିଲା। ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ସାଢେ ୩ ବର୍ଷ ବିତିଥିଲେ ମଧ୍ୟ ରାଜ୍ୟ ସରକାର ଏ ବାବଦରେ କୈାଣସି ଅନୁସନ୍ଧାନ କଲେ ନାହିଁ କି ଏହା ପଛରେ ଥିବା ବିଶୃଙ୍ଖଳିତ ଅଧିକାରୀଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ା ଏହା ପରେ ପରେ ନୀଳାଦ୍ରି ବିଜେ ଏବ˚ ରତ୍ନ ଭଣ୍ତାର ଚାବି ହଜିବା ପ୍ରସଙ୍ଗ କ୍ରମାନ୍ବୟରେ ଘଟିଛି। ଏହା କଟା ଘା’ ରେ ଚୂନ ଦେବା ଭଳି ଓଡିଆ ଜାତିକୁ ବ୍ୟଥିତ କରିଛି। ମାତ୍ର ଏହି ତିନିଟି ଯାକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୁହଁ ନଖୋଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ବିେଜପି କହିଛି, ଶ୍ରୀ ମନ୍ଦିର ହୁଣ୍ତି କମିଟିର ଅଧ୍ୟକ୍ଷ ଖୋଦ୍ ମୁଖ୍ୟମନ୍ତ୍ରୀ। ଏହା ସତ୍ବେ ଦାନ ସୂତ୍ରରେ ପ୍ରାପ୍ତ ସୁନା ଗହଣାର ଦୁରୁପଯୋଗକୁ ଭିତ୍ତି କରି ରୁଜୁ ହୋଇଥିବା ଏତଲା ମଧ୍ୟ ଏପର୍ଯ୍ୟନ୍ତ ଦରଜ କରାଗଲା ନାହିଁ ା ରତ୍ନ ଭଣ୍ତାର ଚାବି ହଜିବା ପ୍ରସଙ୍ଗକୁ ଯେମିତି କମିସନ ଆଳରେ ଦବାଇ ଦେବା ପାଇଁ ଅପଚେଷ୍ଟା ଚାଲିଛିି। ଏମିତି ସମୟରେ ଗତକାଲିର ନିଷ୍ପତ୍ତି ସମ୍ବିଧାନ ପ୍ରଦତ୍ତ ଧାରା ୧୯(୧)(କ) ଅନ୍ତର୍ଭୁକ୍ତ ମୌଳିକ ଅଧିକାରର ତୀବ୍ର ବିେରାଧାଚରଣ କରୁଛି। ବିଜେଡି ସମର୍ଥିତ କେତେକ ସେବାୟତଙ୍କୁ ସୁରକ୍ଷା ଦେବା ପାଇଁ ଗୋପନୀୟତା ଆଳରେ ସମସ୍ତ ରିପୋର୍ଟକୁ ଚପାଇ ଦେବା ଭଳି ହୀନ ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଯଦି ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ନିଷ୍ପତିକୁ ପ୍ରତ୍ୟାହାର କରାନଗଲା ରାଜ୍ୟ ବିଜେପି ଜନସ୍ବାର୍ଥ ମାମଲା ଜରିଆରେ ଓଡିଆବାସୀଙ୍କୁ ନ୍ୟାୟ ଦେବା ପାଇଁ ହାଇକୋର୍ଟରେ ଦ୍ବାରସ୍ଥ ହେବ ବୋଲି ଶ୍ରୀ ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବ˚ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।