ଭଦ୍ରକ (ହରିହର ନାୟକ): ଶେଷରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମୁଣ୍ଡରେ ବନ୍ଧା ହେଲା ଭଦ୍ରକ ଜିଲା  ବିଜେଡି ଜିଲା ସଭାପତି ମୁକୁଟ। ବିଜେଡିର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ଘୋଷଣା କରିଛନ୍ତି। ବ୍ୟୋମକେଶଙ୍କୁ ଜିଲା ସଭାପତି ଭାବରେ ଘୋଷଣା କରାଯିବା ପରେ ଜିଲ୍ଲାର ବିଭିନ୍ନ ମହଲରୁ ବ୍ୟୋମକେଶଙ୍କୁ ଶୁଭେଛା ଜଣାଯାଇଛି। 

Advertisment

ପ୍ରକାଶ ଥାଉକି ଭଦ୍ରକ ଜିଲ୍ଲାରେ ଗତ କିଛି ଦିନ ହେଲା ବିଜେଡି ଦଳରୁ ନେତା ଓ କର୍ମୀମାନେ ଦଳ ଛାଡ଼ି ବିଜେପି ଦଳରେ ଯୋଗଦାନ କରିଥିଲେ। ଗତ ଦୁଇ ମାସ ତଳେ ଜିଲ୍ଲାର ୪ ଟି ବ୍ଲକର ଅଧ୍ୟକ୍ଷ ବିଜେଡି ଛାଡ଼ିବା ସହ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର ଦୁଇ ପୁତ୍ର ଲୁଲୁ  ଓ ଜୁଲୁ ଦଳ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ଭଦ୍ରକର ଦୀର୍ଘ ବର୍ଷ ହେଲା ଜିଲା ସଭାପତି ଥିବା ଜଗନ୍ନାଥ ସ୍ବାଇଁ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ନଦେଇ ନୀରବ ରହିବା ଘଟଣାକୁ ନେଇ ବିଜେଡି ଏକ ପ୍ରକାର ଜିଲ୍ଲାରେ ସ୍ଥାନୁ  ଅବସ୍ଥାକୁ ଆସି ଯାଇଥିଲା। ବିଜେଡି ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଦଳର ନେତା ନବୀନ ପଟ୍ଟନାୟକ ବିଜେଡିର ଟାଣୁଆ ଯୁବ ନେତା ବ୍ୟୋମକେଶ ରାୟଙ୍କୁ ଭଦ୍ରକ ଜିଲା ସଭାପତି ଭାବରେ ଚୟନ  କରିଛନ୍ତି।

ଅଧିକ ପଢ଼ନ୍ତୁ: Jio hotstar May take action: ପିସିବିକୁ କାଠଗଡ଼ାକୁ ଟାଣିବେ ପ୍ରସାରଣକାରୀ ସଂସ୍ଥା

ବିଧାୟକ ଡ ରାୟ  ଛାତ୍ର ରାଜନୀତିରୁ  ନିଜର ରାଜନୈତିକ  କ୍ୟାରିୟର ଆରମ୍ଭ କରିଥିବା ବେଳେ ସେ ୨୦୧୨ରୁ ୧୮ ରାଜ୍ୟ ବିଜୁ  ଛାତ୍ର ଜନତା ଦଳର  ରାଜ୍ୟ ସଭାପତି ଭାବରେ ରାଜ୍ୟରେ ଛାତ୍ର ସଙ୍ଗଠନକୁ ସୁଦୃଢ଼ କରିଥିଲେ ପରେ ତାଙ୍କୁ ୨୦୨୦ରୁ ୨୦୨୬ ପର୍ଯ୍ୟନ୍ତ ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଭାବରେ ଦାୟିତ୍ଵରେ ଥିଲେ। ତାଙ୍କର ସାଂଗଠନିକ ଦକ୍ଷତା ପାଇଁ ଦଳ ତାଙ୍କୁ ୨୦୧୪ରେ ଚାନ୍ଦବାଲି ଆସନରୁ ବିଧାୟକ ପ୍ରାର୍ଥୀ ଭାବରେ ଦଳ ଟିକଟ ଦେଇଥିଲା। ସେ ପ୍ରଥମ କରି ବିଧାୟକ ଭାବରେ ନିର୍ବାଚିତ ହେବା ପରେ ଦ୍ଵିତୀୟ ବାର ୨୦୧୯  ଓ ତୃତୀୟ ବାର ୨୦୨୪ରେ ବିଧାୟକ ଭାବରେ ଲଗାତର ଭାବରେ ବିଜୟୀ ହେବା ସହ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦୁଇଦୁଇ ଥର ଚାନ୍ଦବାଲିରୁ ପରାସ୍ଥ କରି  ନିଜର ଏକ ସ୍ବତନ୍ତ୍ର  ସ୍ଥାନ ତିଆରି କରିଛନ୍ତି।

ଅଧିକ ପଢ଼ନ୍ତୁ: Jio hotstar May take action: ପିସିବିକୁ କାଠଗଡ଼ାକୁ ଟାଣିବେ ପ୍ରସାରଣକାରୀ ସଂସ୍ଥା

୨୦୨୯ରେ ସେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିଲେ।  ଏବେ ସେ ରାଜ୍ୟ ରେ ବରିଷ୍ଠ ସାଧାରଣ ସମ୍ପାଦକ ରହିଥିବା ବେକେ ଦଳ ପୁଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜୁ ଜନତା ଦଳର  ଭଦ୍ରକ ଜିଲା ସଭାପତି ଭାବରେ ମନୋନୀତ କରିଛନ୍ତି। ଦେ ଏହି ନୂତନ ପଦବୀ ପାଇବା ପରେ ଦଳର  ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଭଦ୍ରକ ଜିଲ୍ଲାରେ ସଙ୍ଗଠନକୁ ଆହୁରି ତୃଣମୂଳ ସ୍ଥରରେ ସଂଗଠିତ କରିବା ପାଇଁ ଉଦ୍ୟମ କରିବେ ବୋଲି କହିଥିବା ବେକେ ପଞ୍ଚାୟତ ନିର୍ବାଚନର ଓ  ପୌର ନିର୍ବାଚନର ଦଳକୁ ଆହୁରି ସୁଦୃଢ କରିବା ପାଇଁ ଉଦ୍ୟମ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ।