ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଗୋରଖପୁର ଆସନରୁ ‘ବିଜେପି’ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିପକ୍ଷରେ ‘ଆଜାଦ ସମାଜ ପାର୍ଟି’ର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ ପ୍ରତିଦ୍ବନ୍ଦ୍ବିତା କରିବେ।

Advertisment

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟ ନିମନ୍ତେ ଜାନୁଆରି ୧୮ ତାରିଖ ଦିନ ‘ଆଜାଦ ସମାଜ ପାର୍ଟି’ ପ୍ରଥମ ୩୩ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଥିଲା। କିନ୍ତୁ, ଦଳର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ କେଉଁଠୁ ଲଢ଼ିବେ ତାହା ଗୁପ୍ତ ରଖାଯାଇଥିଲା। ସୂଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ୫ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

publive-image Image Courtesy of The Economic Times

ଚନ୍ଦ୍ରଶେଖର ଆଜାଦ୍‌ କହିଥିଲେ, ‘ଆଜାଦ୍‌ ସମାଜ ପାର୍ଟି’ ଏକାକୀ ଉତ୍ତର ପ୍ରଦେଶ ନିର୍ବାଚନରେ ଅବତୀର୍ଣ୍ଣ ହେବ। କିନ୍ତୁ, ଏକଥା କହିବାର କିଛି କ୍ଷଣ ଆଗରୁ ସେ କହିଥିଲେ କି, ତାଙ୍କ ଦଳ ଏବଂ ‘ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ’ ହେବ।

ଗଠିତ ହେବାର ୨ ବର୍ଷରୁ କମ୍‌ ସମୟ ମଧ୍ୟରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ‌ହେଉଛି ‘ଆଜାଦ ସମାଜ ପାର୍ଟି’ ଲଢୁଥିବା ଦ୍ବିତୀୟ ମୁଖ୍ୟ ନିର୍ବାଚନ। ୨୦୧୯ ସାଧାରଣ ନିର୍ବାଚନରେ ବାରାଣସୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବ‌େ ବୋଲି ଆଜାଦ୍‌ ଇଚ୍ଛବ୍ୟକ୍ତ କରିଥିଲେ।