ନୂଆଦିଲ୍ଲୀ: ଆସନ୍ତା ବୁଧବାର ଦିନ ୧୬ତମ ଲୋକସଭାର ଶେଷ ଅଧିବେଶନ ସରୁଥିବା ବେଳେ ଆଗାମୀ ନିର୍ବାଚନୀ ଯୁଦ୍ଧ ସକାଶ ପ୍ରସ୍ତୁତି ହେବା ନିମନ୍ତେ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୋଧରେ ଗୁଡ଼ାଏ ପ୍ରତିବାଦ ଯୋଜନା କରିଛନ୍ତି।
ରାଜ୍ୟ ଲାଗି ସ୍ୱତନ୍ତ୍ର ପାହ୍ୟା ଦାବି କରି ଦଳର ସହଯୋଗୀମାନଙ୍କ ସହ ଆନ୍ଧ୍ର ଭବନ ପରିଧିରେ ଦିନିକିଆ ଧାରଣା ଦେବା ଲାଗି ସୋମବାର ଦିନ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ବିମାନ ଯୋଗେ ଦିଲ୍ଲୀ ଯିବା ପରେ ପ୍ରତିବାଦ ଆରମ୍ଭ ହେବ। ବିଜେପି ଶାସନ ବିରୋଧରେ ଲଢ଼ିବାକୁ ସଂଘବଦ୍ଧ ହୋଇଥିବା କେତେକ ବିରୋଧି ଦଳର ନେତା ଟିଡିପି ମୁଖ୍ୟଙ୍କୁ ଭେଟି ଏହାକୁ ରାଲି କରିବାକୁ ଯୋଜନା କରି ପାରନ୍ତି।
ନାଇଡୁଙ୍କ ପରେ ଫେବ୍ରୁଆରି ୧୩ ଓ ୧୪ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦିଲ୍ଲୀରେ ପ୍ରତିବାଦ ପ୍ରଦର୍ଶନ କରିବେ। ସଂଘୀୟ ଶାସନ ବ୍ୟବସ୍ଥା ଉପରେ କେନ୍ଦ୍ରର ଆକ୍ରମଣ ବିରୋଧରେ ତାଙ୍କ ସଂଗ୍ରାମର ଏହା ହେବ ଅଂଶବିଶେଷ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/mc.jpg)
