‘ଚୌକିଦାର ଚୋର୍‌ ହୈ’ କଥାରେ ସୁପ୍ରିମ୍‌ କୋର୍ଟଙ୍କ ନାଁ ଧରିଥିବାରୁ କ୍ଷମା ମାଗିଲେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ଚୌକିଦାର ଚୋର୍‌ ହୈ’ ମନ୍ତବ୍ୟ ଦେବା ବେଳେ ସୁପ୍ରିମ୍‌କୋର୍ଟଙ୍କ ନାଁ’ ଧରି ଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି।

ନିର୍ବାଚନ ପ୍ରଚାର ଅଭିଯାନ ବ୍ୟସ୍ତତାରେ ସେ ଏ ଭଳି ବିବୃତି ଦେଇ ଥିବା କଥା କହିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କୁ ଉତ୍ତର ଦେଇ ସେ କହିଛନ୍ତି, ରାଜନୈତିକ ଅଭିଯାନ ବ୍ୟସ୍ତତାରେ ଥାଇ ଏ ଭଳି ମନ୍ତବ୍ୟ ଦିଆଯାଇଥିଲା।

ରାଫେଲ୍‌ ବିବାଦ ସଂକ୍ରାନ୍ତରେ ଭାରତୀୟ ଜନତା ପାର୍ଟି ତାଙ୍କ ବିରୋଧରେ ଫାଇଲ୍‌ କରିଥିବା ଅଦାଲତ ଅବମାନନା ପିଟିସନ୍‌ର ନୋଟିସର ଉତ୍ତର ଦେବାକୁ ଯାଇ ରାହୁଳ ଗାନ୍ଧୀ ସୁପ୍ରିମ୍‌ କୋର୍ଟଙ୍କୁ କ୍ଷମା ମାଗିଛନ୍ତି।

ନିଜ ବିବୃତି ସକାଶ ଏପ୍ରିଲ୍‌ ୨୨ ତାରିଖ ସୁଦ୍ଧା କୈଫିୟତ ଦେବାକୁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ରାହୁଳ ଗାନ୍ଧୀଙ୍କୁ ନୋଟିସ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର