ଭୁବନେଶ୍ବର: ଦୁଇ ଓଡ଼ିଆ କେନ୍ଦ୍ରୀମନ୍ତ୍ରୀଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ସ୍ୱାଗତ କରିବା ସମୟରେ ଭାରତୀୟ ଜନତା ପାର୍ଟିର ଦଳୀୟ କନ୍ଦଳ ପଦାରେ ପଡ଼ିଛି। ବିମାନବନ୍ଦରରେ ବିଜେପି ନେତା ଉମେଶ ଖଣ୍ଡେଲୱାଲ ଓ ଠାକୁର ରଂଜିତ ଦାସଙ୍କୁ ଟଣାଓଟରା କରିଛନ୍ତି କିଛି ବିଜେପି କର୍ମୀ । ଉଭୟଙ୍କୁ ଦଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଚଳିତ ନିର୍ବାଚନରେ ଭୁବନେଶ୍ୱର ମଧ୍ୟ ବିଧାନସଭାରୁ ବିଜେପି ପ୍ରାର୍ଥୀ .ହୋଇଥିବା ଜଗନ୍ନାଥ ପ୍ରଧାନଙ୍କ ସମଥର୍ଥକ ଗାଡ଼ିରୁ ଟାଣି ବାହାର କରିବା ଉଦ୍ୟମ କରିଥିଲେ ବୋଲି ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି ଉମେଶ ଖଣ୍ଡେଲୱାଲ। ଏଥିସହ ଏହି ଘଟଣା ନେଇ ସେ ଦଳର ସଭାପତିଙ୍କୁ ମଧ୍ୟ ଜଣାଇଛନ୍ତି ଓ ନ୍ୟାୟ ଦାବି କରିଛନ୍ତି। । କୁହାଯାଉଛି, ଜଗନ୍ନାଥ ପ୍ରଧାନ ଓ ଉମେଣ ଖଣ୍ଡେଲୱାଲଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ରହିଆସିଛି । ମାସେ ତଳେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ଉମେଣ ଖଣ୍ଡେୱାଲଙ୍କ ଗାଡିକୁ ଭଙ୍ଗାରୁଜା କରିଥିବା ନେଇ ଥାନାରେ ମାମଲା ହୋଇଥିଲା ।
କେନ୍ଦ୍ରରେ ମନ୍ତ୍ରୀ ଭାର ସଂଭାଳିବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ୨ ଓଡ଼ିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଆଜି ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିବା ପରେ ୨ କେନ୍ଦ୍ର ମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସଂବର୍ଧନା ଦେଇଥିଲେ ଦଳୀୟ କର୍ମୀ । ବିଜେପି କର୍ମୀ ବାଜା ବାଣ ପଟୁଆରରେ ସ୍ୱାଗତ କରିଥିଲେ । ମୋଦି ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି ପେଟ୍ରୋଲିୟମ, ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଏମଏସଏମଇ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/SABHA-copy.jpg)