ଭୁବନେଶ୍ୱର: ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍ ଦେଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ କେନ୍ଦ୍ର ଯୋଜନା ଠାରୁ ଦୁଇଗୁଣ ଟଙ୍କା ପାଉଥିବା କଥା ଶୁକ୍ରବାର ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅଭିଯାନରେ ନୟଗଡ଼ର ରଣପୁର ଠାରେ ଆୟୋଜିତ ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ସମବେତ ଜନତାଙ୍କ ଆଗରେ କାଳିଆ ଯୋଜନାର ସଫଳତା କଥା କହିଥିଲେ। ସେ କହିଲେ କି, କାଳିଆ ଯୋଜନାରେ ଏଯାବତ୍ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି। କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ। ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନ ହିଁ ୨ଟି କିସ୍ତିରେ କାଳିଆ ଯୋଜନା ବାବଦ ଅର୍ଥ ମିଳିବ।
କେନ୍ଦ୍ରକୁ ସମାଲୋଚନା କରି ସେ କହିଲେ, ଫାଇଲିନ୍ ଏବଂ ହୁଡୁହୁଡୁ ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କୌଣସି କେନ୍ଦ୍ରୀୟ ନେତାଙ୍କ ଦେଖା ମିଳିଲା ନାହିଁ। ନିର୍ବାଚନ ସମୟ ପଡ଼ିଥିବାରୁ ସେମାନେ ଭୋଟ୍ ମାଗିବାକୁ ଆସୁଛନ୍ତି।
ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ବିଜେଡିର ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/naveen-pattnaik-at-bantala-9-ତ.jpg)