ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ଶରଣ ନେଇ ମାରାଥନ୍ ପ୍ରଚାର କଲେ ନବୀନ
ଭୁବନେଶ୍ୱର: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ବଳଦେବଜୀଉଙ୍କ କ୍ଷେତ୍ର ‘କେନ୍ଦ୍ରାପଡ଼ା’ ନିର୍ବାଚନ ପ୍ରଚାରରରେ କମ୍ପୁଛି। ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ନେତାମାନେ କେନ୍ଦ୍ରାପଡ଼ାରେ ଆଡ୍ଡା ଜମାଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ବଳଦେବଜୀଉ ମନ୍ଦିର ଠାରେ ପହଁଚି ବଡ଼ ଠାକୁରଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଛନ୍ତି। ଶେଷ ଲଢେଇ ପାଇଁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପ୍ରଚାର ଜୋର ଧରିଥିବାବେଳେ ଆଜି ଖୋଦ୍ ନବୀନ ପଟ୍ଟନାୟକ ମାରାଥନ୍ ପ୍ରଚାର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ବଡ଼କଥା ହେଲା ଯେ, ମନ୍ତ୍ରୀପଡ଼ା ଓ ବିଜୁବାବୁଙ୍କ କର୍ମଭୂମୀ ଭାବେ ରାଜ୍ୟ ରାଜନୀତିରେ ବେଶ୍ ଦବଦବା ରଖିଥିବା କେନ୍ଦ୍ରାପଡ଼ାରେ ଏବେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଚର୍ଚ୍ଚା ହେଉଛି। ଏଥି ପାଇଁ ଖୋଦ୍ ବିଜେଡି ସୁପ୍ରିିମୋ ନବୀନ ପଟ୍ଟନାୟକ ଏହାକୁ ବେଶ୍ ଗୁରୁତ୍ୱ ଦେଉଛନ୍ତି। ସମ୍ମାନର ଲେଇରେ ବାଜି ମାରିବାକୁ ପ୍ରଚାର ଜରିଆରେ ଦମ୍ ଦେଖାଇଛନ୍ତି। ତେବେ ଏହା ପୂର୍ବରୁ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ମଧ୍ୟ ବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ।
ଆସନ୍ତା ୨୯ ତାରିଖରେ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ଲେଇ ଭାବେ ତୁଳସୀକ୍ଷେତ୍ରରେ ତାତି ଉଠୁଥିବା ଦେଖିବାକୁ ମିଳୁଛି ଯ ତେବେ ବିଜେଡି ସୁପ୍ରିମୋଙ୍କ ଏଭଳି ମାରାଥନ ପ୍ରଚାର ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କ ଶିବିରରେ ଛନକା ଭରୁଛି। ଯେଉଁଥି ପାଇଁ ବିଜେପି ମଧ୍ୟ ନବୀନଙ୍କୁ ଚେକ୍ ଦେବାକୁ କମର କଷିଥିବା ଦେଖିବାକୁ ମିଳିଛ।