ଭୁବନେଶ୍ୱର: ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ଅଭିଯାନରେ ପଶ୍ଚିମ ଓଡ଼ିଶା ଗସ୍ତ କରୁଛନ୍ତି। ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଓଡ଼ିଶାର ହକ୍ ପାଇଁ ତାଙ୍କ ସହ ସାମିଲ ହେବାକୁ ଅନୁରୋଧ କରିଛନ୍ତି।
ବରଗଡ଼ ଓ ବଲାଙ୍ଗୀରର ମୋର ପ୍ରିୟ ଭାଇଭଉଣୀମାନଙ୍କୁ ଭେଟିବାକୁ ଯାଉଛି। ସେଠାରେ ବିଭିନ୍ନ ନିର୍ବାଚନୀ ସଭା ସହ ପାଟଣାଗଡ଼ରୁ ବରଗଡ଼ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯୋଗଦେବି। ଓଡ଼ିଶାର ହକର ଲଢେଇରେ ସାମିଲ ହୁଅନ୍ତୁ ମୋ ସହ। ଆସନ୍ତୁ, ଏକାଠି ହୋଇ ଲଢିବା।
ଫେସବୁକ ଓ ଟୁଇଟରରେ ଦେଖନ୍ତୁ ଏହାର ସିଧାପ୍ରସାରଣ। #ଘରେଘରେଶଙ୍ଖ
— Naveen Patnaik (@Naveen_Odisha) April 15, 2019
ବରଗଡ଼ ଓ ବଲାଙ୍ଗୀରର ମୋର ପ୍ରିୟ ଭାଇଭଉଣୀମାନଙ୍କୁ ଭେଟିବାକୁ ଯାଉଛି। ସେଠାରେ ବିଭିନ୍ନ ନିର୍ବାଚନୀ ସଭା ସହ ପାଟଣାଗଡ଼ରୁ ବରଗଡ଼ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯୋଗଦେବି। ଓଡ଼ିଶାର ହକ୍ର ଲଢ଼େଇରେ ସାମିଲ ହୁଅନ୍ତୁ ମୋ ସହ। ଆସନ୍ତୁ, ଏକାଠି ହୋଇ ଲଢ଼ିବ।
ପୂର୍ବାହ୍ନ ୧୧: ୧୫ରେ ମୁଖ୍ୟମନ୍ତ୍ରୀ ଅତାବିରା ଓ ପାଟଣାଗଡ଼ ଠାରେ ଆୟୋଜନ କରାଯାଇଥିବା ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା ପରେ ବେଲପଡ଼ାରୁ ରୋଡ୍ ସୋ’ ଆରମ୍ଭ କରି କଣ୍ଟାବାଞ୍ଝି, ବଙ୍ଗୋମୁଣ୍ଡା, ହଲରଦି, ଟିଟିଲାଗଡ଼, ବେଲଗାଁ, ବଲାଙ୍ଗୀର ଓ ଲୋଇସିଂହା ଯାଏଁ ଯିବେ।