ଭୁବନେଶ୍ୱର: ଗଞ୍ଜାମବାସୀ ଶାନ୍ତିପ୍ରିୟ, କିନ୍ତୁ ଉଭୟ ବିଜେପି ଓ କଂଗ୍ରେସ ଏଠାକାର ଶାନ୍ତି ନଷ୍ଟ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଧରାକୋଟରେ ଶନିବାର ଦିନ ଆୟୋଜିତ ଏକ ନିର୍ବାଚନୀ ସଭାରେ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ଚଳିତ ନିର୍ବାଚନରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଜେଲ୍ରୁ ଜାମିନରେ ଆସିଥିବା ଅପରାଧୀଙ୍କୁ ପ୍ରାର୍ଥୀ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ସେ କେବେହେଲେ ଗଞ୍ଜାମର ଶାନ୍ତି ନଷ୍ଟ କରାଇ ଦେବେ ନାହିଁ ବୋଲି ଦୃଢ଼ତାର ସହ କହିଛନ୍ତି।
ଏବେ ସୋରଡ଼ାରୁ କ୍ଷତ୍ରିୟ ବ୍ରହ୍ମପୁର ଦୀର୍ଘ ୨୨ କିଲୋକିଟର ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ୍ ବସ୍ରେ ରୋଡ୍ ସୋ’ କରୁଛନ୍ତି।
ଆସିକା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଓ ବିଜେଡିର ବହୁ କର୍ମୀ ଓ ସମର୍ଥକ ଏହି ରୋଡ୍ ସୋ’ରେ ଭାଗ ନେଇଥିଲେ।
ରୋଡ୍ ସୋ’ ପରେ ମୁଖ୍ୟମନ୍ତ୍ରୀ ପୁଣି ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ।