ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଏନ୍ଡିଏ ସରକାର ମନା କରିବା ପରେ ଆନ୍ଧ୍ରପ୍ରଦେଶର ଆଞ୍ଚଳିକ ଦଳ ଓ୍ଵାଇଏସ୍ଆର୍ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ରଖିଛି। ଏଥିପାଇଁ କେନ୍ଦ୍ର ବିରୋଧରେ ଆସନ୍ତାକାଲି(୧୯ ତାରିଖ) ସଂସଦର ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ଲାଗି ରବିବାର ଦଳ ପକ୍ଷରୁ ଲୋକସଭା ସଚିବଙ୍କୁ ନୋଟିସ କରାଯାଇଛି। ଲୋକସଭା କାର୍ଯ୍ୟାନ୍ଵୟନ ପ୍ରଣାଳୀର ଧାରା ୧୯୮(ବି) ଅନୁଯାୟୀ ଏପରି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଲାଗି ଦଳ ନୋଟିସ କରିଛି ବୋଲି ଓ୍ଵାଇଏସ୍ଆର୍ସି ନେତା ଓ୍ଵାଇ ଭି ସୁବ୍ଦା ରେଡ୍ଡି କହିଛନ୍ତି।
ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ
/sambad/media/post_attachments/wp-content/uploads/2017/11/parlament.jpg)